ଚୋରି ଉଦ୍ୟମ ବେଳେ ଚଢାଉ, ଟ୍ରକ ଜବତ
ଜୟପୁର : ଚୋରି ଉଦ୍ୟମ ବେଳେ ଜୟପୁର ସଦର ପୋଲିସ ଚଢାଉ କରିଛି । ଏହି ମାମଲାରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଆନ୍ଧ୍ର ପ୍ରଦେଶର ଏମ ସାଇ ରାମ । ପୋଲିସ ସୂଚନା ଅନୁଯାଇ ରିଲାଇନ୍ସ କମ୍ୟୁନିକେସନ ଇନଫ୍ରଷ୍ଟ୍ରକଚର ଲମିଟେଡ ଭୁବନେଶ୍ୱରଏକ ସଂସ୍ଥା ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ଜମି ମାଲିକ ଙ୍କ ସହ ୨୦୦୮ ମସିହାରେ ଟେଲିକମ ଟାଓାର ପ୍ରତିଷ୍ଠା ପାଇ ଚୁକ୍ତିନାମା କରିଥିଲା । ଏହା ସହ ବିଲାଆରେ ଟେଲଫୋନ ଟାଓାର ମଧ୍ୟ ନିର୍ମାଣ ହୋଇଥିଲା । ୨୦୧୪ ମସିହାରେ ଟାଓର ନଷ୍ଟ ହୋଇ ଯାଇଥିଲା । ସେହି ଦିନ ଠାରୁ ଏହି ସ୍ଥାନଟି ଅପରିତ୍ୟକ୍ତ ଅବସ୍ଥାରେ ପଡିଥିଲା । ଯନ୍ତ୍ରପାତି ସବୁ ୧୦ ଟନର ଲୁହା ରଡ ସବୁ ଟ୍ରକରେ ଲୋଡ କରି ନେଉଥିବା ବେଳେ ଚଢାଉ କରିଥିଲ।। । ଚଢାଉ କରି ୧୦ ଟନ ଲୁହା ରଡ ଓ ଡ୍ରକୁ ଜବତ କରି ଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ କରି ଥିବା ବେଳେ ପୋଲିସକୁ ଦେଖି ଅନ୍ୟ ମାନେ ଫେରର ମାରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
