ଚୋରି ମାଲାରେ ୨ ଗିରଫ
ଜୟପୁର : ଚୋରି ମାମଲାର ପ୍ରଦାଫାସ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଗଙ୍ଗା ନଗର ରାମ କୃଷ୍ଣ ନାୟକ ଓ ମୁନା ମୁଦୁଲି । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ପାଞ୍ଜିଆଗୁଡାରେ ୬ଟି ପୋଲ ଡୋରି ହୋଇଥିଲ । ଏନେଇ ସଦର ପୋଲିସ ରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲ।। ତଦନ୍ତରେ ଜାଣି ପୋଲିସ ଗଙ୍ଗାନଗରରୁ ଅଭିଯୁକ୍ତ କୁ ଗିରଫ କରି ସେ ମାନଙ୍କ ଘରୁ ୨୨ଟି ଖଣ୍ଡ ପୋଲ କୁ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
