ଅଧିକାରୀ ମାନେ ବିଧାୟକଙ୍କୁ ଦେଉ ନାହାନ୍ତି ସମ୍ମାନ – ନରସିଂହ ମିଶ୍ର ବୁକ ସର୍କୁଲାର ୪୭ କାର୍ଯ୍ୟକାରୀ ହେଉ ନ ଥିବାରୁ ଉଦବେଗ
ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଧିକାରୀ ମାନେ ନିର୍ବାଚିତ ବିଧାୟକ ମାନଙ୍କୁ ସମ୍ମାନ ନ ଦେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ରାଜ୍ୟରେ ବୁକ ସର୍କୁଲାର ୪୭ ପାଳନ ନ ହେଉଥିବାରୁ ସେ ପୂର୍ବରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଦନୁଯାୟୀ ସେ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିଥିଲେ । ହେଲେ ଏହାର ଫଳ ଶୂନ । ଏବେ ମଧ୍ୟ କୌଣସି ଅଧିକାରୀ ବୁକ ସର୍କୁଲାର ୪୭କୁ ପାଳନ କରା ଯାଉ ନାହିଁ । ସେ କହିଛନ୍ତି ଯେ ଏହି ସର୍କୁଲାର ଅନୁସାରେ ବିଧାୟକ କୌଣସି ଅଧିକାରୀଙ୍କୁ କୌଣସି ଅଂଚଳର ସମସ୍ୟ ନେଇ ି ପତ୍ର ଲେଖିେଲେ ସଂପୃକ୍ତ ଅଧିକାରୀ ତାର ଉତର ଦେବେ । ସେହିଭଳି ଅଧିକାରୀ ମାନେ ବିଧାୟକ ମାନଙ୍କର ଟେଲିଫୋନର ଉତର ଦେବେ । ଯଦି ସେତେବେଳେ ଦେଇ ପାରିବେ ନାହିଁ ତେବେ ପରେ କଲ ବ୍ୟାକ କରିବେ । ମାତ୍ର ସମସ୍ୟାର ସମାଧାନ ତ ଦୂରର କଥା ଅଧିକାରୀ ମାନେ ତାଙ୍କ ପତ୍ରର ଉତର ମଧ୍ୟ ଦେଉ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ କରା ଯାଉଥିବା ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମାନଙ୍କର ନାମ ଫଳକରେ ଦିଆ ଯାଉ ନାହିଁ । ଏହା ସେହି ଅଂଚଳର ଲୋକ ମାନଙ୍କର ଅପମାନ । କାରଣ ଗଣତନ୍ତ୍ରରେ ସେମାନେ ତାଙ୍କୁ ବିଜୟୀ କରି ବିଧାୟକ କରିଛନ୍ତି ।
