ଜବତ ଗଞ୍ଜେଇ ଘଟଣା ରେ ଛଅ ଜଣ ସଂପୃକ୍ତ : ପୋଲିସ
ବୋରିଗୁମ୍ମ : ବୋରିଗୁମ୍ମା ସହର ଉପକଣ୍ଠରେ ଥିବା ଇରିଗେସନ କଲୋନୀ ରେ ଜବତ ହୋଇଥିବା କୋଟିଏ ଟଙ୍କା ରୁ ଉର୍ଦ୍ଧ୍ବ ଗଞ୍ଜେଇ ର ଫର୍ଦ୍ଧାଫାସ କରିଛି ପୋଲିସ।ଆଜି ବୋରିଗୁମ୍ମା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସ୍ଡିପିଓ ହରିଷ ବି.ସି କହିଛନ୍ତି ଯେ କୌଣସି ସୂତ୍ରରୁ ଖବର ପାଇ ବୁଧବାର ଦିନ ପୋଲିସ ଅତର୍କିତ ଭାବେ ଇରିଗେସନ କଲୋନୀ ରେ ଏକ ନିର୍ଦ୍ଦିଷ୍ଟ ଘର ଉପରେ ଚଡାଉ କରିଥିଲା।ସେଠାରେ ଏକ ପିକଅପ ଭ୍ୟାନ ରୁ ୧୧୦୦କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଘଟଣା ରେ ସମ୍ପୃକ୍ତ ଛଅ ଜଣ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲେ।ଏଣୁ ଘର ଭଡା ଦେଇଥିବା ଘର ମାଲିକ ସୀମାଞ୍ଚଳ ସାହୁ ଙ୍କୁ ପଚରାଉଚରା ପରେ ସଂପୃକ୍ତ ଥିବା ଛଅ ଗଞ୍ଜେଇ ମାଫିଆ ଙ୍କୁ ଧରାଯିବ ବୋଲି ଜୟପୁର ଏସ୍ଡିପିଓ ହରିଷ ବି.ସି ସୂଚନା ଦେଇଛନ୍ତି।ଏଥିସହ ମାଉଜର ଜବତ ଏକ ଗୁଜବ।କୌଣସି ମାଉଜର ଜବତ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛି ପୋଲିସ।ତେବେ ସାମ୍ବାଦିକ ମାନେ କେତେ ଦିନ ଧରି ସେଠାରେ ଗଞ୍ଜେଇ କାରବାର ଚାଲୁଥିଲା ବୋଲି ପ୍ରଶ୍ନ ପଚାରିବାରୁ ପୋଲିସ ନିରବ ରହିଥିଲା।ଏହି ପ୍ରଶ୍ନ ର କୌଣସି ଉତ୍ତର ମିଳି ନ ଥିଲା।ଆଜିର ସାମ୍ବାଦିକ ସମ୍ମିଳନୀରେ ବୋରିଗୁମ୍ମା ଏସ୍ଡିପିଓ ମଧୁସିକ୍ତା ମିଶ୍ର, ଅତିରିକ୍ତ ଥାନା ଆଇଆଇସି ଡମୁ ପରଜା ଉପସ୍ଥିତ ଥିଲେ।
