ଭାରତର ଭାଷା ବିବିଧତାକୁ ନେଇ ଗର୍ବ କରନ୍ତୁ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ମାତୃଭାଷା ଦିବସ ଅବସରରେ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ; ମାତୃଭାଷା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭାରତରେ ୧୦୦ ରୁ ଅଧିକ କଥାକଥିତ ଭାଷା ପ୍ରଚଳିତ । ଆସନ୍ତୁ, ଆମେ ସମସ୍ତେ ଭାରତର ଭାଷା ବିବିଧତାକୁ ନେଇ ଗର୍ବ କରିବା । ନିଜର ମାତୃଭାଷାକୁ ଅଧିକରୁ ଅଧିକ ବ୍ୟବହାର କରିବା ସହ ଏହାର ଗାରିମା ବୃଦ୍ଧି କରିବା ପାଇଁ ସଂକଳ୍ପ ନେବା ।
