ଅବସରପ୍ରାପ୍ତ ପୋଲିସ କଲ୍ୟାଣ ସଂଘର ବାର୍ଷିକ ଅଧିବେଶନ
ବାରିପଦା : ଓଡିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ମୟୂରଭଂଜ ଜିଲ୍ଲା ଶାଖାର ବାର୍ଷିକ ଅଧିବେଶନ ସ୍ଥାନୀୟ ସଂକଳ୍ପ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି କ୍ଷ ସଂଗଠନର ସଭାପତି ଦିଲୀପ କୁମାର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଅଧିବେସନରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧିକ୍ଷ୍ୟକ ରିଷିକେଶ ଦ୍ୟାନଦେଓ ଖିଲାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପୋଲିସ ଅଧିକାରୀମାନେ ଅବସର ପରେ ମଧ୍ୟ ନିଜକୁ ପରିବାର ମଧ୍ୟରେ ଆବଦ୍ଧ ନରହି ସେବା କାର୍ଯ୍ୟ ରେ ନିୟୋଜିତ ରହିଥିବାରୁ ଏସୋସିଏସନର କାଯ୍ୟଧାରାକୁ ପ୍ରଶଂସା କରିଥିଲେ କ୍ଷ ସଂଗଠନ ର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହବାବୁ ସଭା ପରିଚାଳନା କରିଥିବା ବେଳେ, ଭୁବନେଶ୍ୱରରୁ ଉପସଭାପତି ସୁରେନ୍ଦ୍ର ନାଥ ସାହୁ, କଟକରୁ ସାଧାରଣ ସମ୍ପାଦକ ଦୀପ୍ତି ରଂଜନ ରାୟ, ଭଦ୍ରକରୁ ସଭାପତି ରଙ୍ଗବଲ୍ଳଭ ଜେନା, ବାଲେଶ୍ୱରରୁ ସଭାପତି କୈଳାଶ ଚନ୍ଦ୍ର ପରିଡା ପ୍ରମୁଖ ସଭାରେ ଯୋଗଦେଇ ଆନୁଷ୍ଠାନିକ ଆଲୋଚନା କରିଥିଲେ କ୍ଷ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଦିବଂଗତ ପୁଲିସ ଅଧିକାରୀ ରାଧାନାଥ ଦାଶଙ୍କ ସୃତିରେ ସଂଗଠନର ସଭ୍ୟ ପରେଶ ଚନ୍ଦ୍ର ମୁର୍ମୁଙ୍କୁ ବୟୋଜ୍ୟେଷ୍ଠ ସମ୍ମାନ, ୧୦୧ଥର ରକ୍ତଦାନ କରି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଥିବା ରକ୍ତଦାତା ଡ଼. ନିରୋଜ କୁମାର ପୋଥାଳଙ୍କୁ ବିପଦ ବନ୍ଧୁ ସମ୍ମାନ, କେନ୍ଦ୍ରୀୟ ମାଧ୍ୟମିକ ପରିଷଦ ଦ୍ୱାରା ୨୦୨୨ ଦଶମ ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇଥିବା ବେତନଟୀ ଓଡିଶା ଆଦର୍ଶ ବିଦ୍ୟାଳୟର ବୈବଶ୍ୱେତା ଆଚାର୍ଯ୍ୟ, ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଜିଲ୍ଲାରେ ଟପ୍ପର ହୋଇଥିବା ରାଇରଙ୍ଗପୁର ସରସ୍ୱତୀ ଶିଶୁମନ୍ଦିର ବିଦ୍ୟାଳୟର ଜନ୍ମେଜୟ କବାଟଙ୍କୁ ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା କ୍ଷ ଏହି ଅବସରରେ ଏସୋସିଏସନ ଦ୍ୱାରା ପ୍ରକାଶିତ ସ୍ୱତନ୍ତ୍ର ସ୍ମରଣିକା ରାଗ ରଙ୍ଗ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ କ୍ଷ ସଙ୍ଘର ଯୁଗ୍ମସମ୍ପାଦକ ନବୀନ ଚନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ଜୀବନ କୁମାର ମିଶ୍ର, ସଭ୍ୟ ସତୀଶ ଚନ୍ଦ୍ର ମହାନ୍ତ ପ୍ରମୁଖ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଉପସଭାପତି ପୀଥନାଥ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ I
