ଜାତୀୟ ବିଜ୍ଞାନ ଦିବସ ! ଜାଣନ୍ତୁ କଣ ରହିଛି ଚଳିତବର୍ଷର ବିଷୟବସ୍ତୁ ଓ ଥିମ
ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ୨୮ ଫେବୃୟାରୀରେ ଭାରତରେ ପାଳନ କରାଯାଏ । ଏହିଦିନ ୧୯୨୮ ମସିହାରେ ନୋବେଲ ବିଜେତା ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଶେଖର ଭେଙ୍କଟ ରମଣ, ରମଣ ଇଫେକ୍ଟ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଯୋଗୁଁ ତାଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ମିଳିଥିଲା ।
ଇତିହାସ :
୧୯୮୬ ମାସିଆହାରେ ଏନସିଏସଟିସି ସରକାରଙ୍କୁ ୨୮ ଫେବୃଆରୀକୁ ଜାତୀୟ ବିଜ୍ଞାନ ଦିବସ ଘୋଷଣା କରିବାକୁ କହିଥିଲେ । ସେହି ଘଟଣାଟି ଏବେ ଦେଶରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ବିଶ୍ୱବିଦ୍ୟାଳୟରେ, ଗବେଷଣାଗାରରେ ପାଳିତ ହେଉଛି । ପ୍ରଥମ ବିଜ୍ଞାନ ଦିବସ, ୧୯୮୭ ମସିହାରେ ହୋଇଥିଲା । ଏହି ଦିନ ଜାତୀୟ ବିଜ୍ଞାନ ଲୋକୀକରଣ ପୁରସ୍କାର ଦିଆହୋଇଆସୁଅଛି ।
ଲକ୍ଷ୍ୟ :
ଦୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ଜାଣିବାକୁ ଏବଂ ଜଣେଇବାକୁ ଏହି ଦିବସ ପାଳନ କରାଯାଇଥାଏ । ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର, ଆଲୋଚନା ଆଦି କରିବାକୁ ମଧ୍ୟ ଏହି ଦିବସ ଆୟୋଜନ କରାଯାଇଥାଏ ।
ଚଳିତବର୍ଷର ବିଷୟବସ୍ତୁ :
ଜାତୀୟ ବିଜ୍ଞାନ ଦିବସ ୨୦୨୩ର ବିଷୟବସ୍ତୁ ହେଉଛି ‘ଗ୍ଲୋବାଲ ସାଇନ୍ସ ଫର ଗ୍ଲୋବାଲ ୱେଲବିଙ୍ଗ’ ଯାହା ଭାରତର ଉଦୀୟମାନ ବିଶ୍ୱ ସ୍ତରୀୟ ଭୂମିକା ଏବଂ ଆନ୍ତର୍ଜାତୀୟସ୍ତରରେ ଦୃଶ୍ୟ ମାନତାକୁ ଦର୍ଶାଉଛି ।
ଚଳିତବର୍ଷର ଥିମ୍ :
ଜାତୀୟ ବିଜ୍ଞାନ ଦିବସ ୨୦୨୩ ର ବିଷୟବସ୍ତୁ ହେଉଛି “ଗ୍ଲୋବାଲ ୱେଲବିଙ୍ଗ ପାଇଁ ଗ୍ଲୋବାଲ ସାଇନ୍ସ” । ଏହି ଥିମ୍ ଦେଶ ତଥା ବିଦେଶର ବୈଜ୍ଞାନିକମାନଙ୍କୁ ଏକତ୍ରିତ ହେବ, କାର୍ଯ୍ୟ କରିବା ଏବଂ ବୈଷୟିକ ସ୍ତରରେ ବୈଜ୍ଞାନିକ ପ୍ରସଙ୍ଗଗୁଡ଼ିକରେ ଜନସାଧାରଣଙ୍କ ପ୍ରଶଂସା ବୃଦ୍ଧି ଲକ୍ଷ୍ୟରେ ଉତ୍ସାହିତ କରିବ ।
