ହକି ବିଶ୍ୱ କପ ଟ୍ରଫି ପରିକ୍ରମାରେ ମୟୁରଭଂଜ ଜିଲ୍ଲାର ସଫଳତା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାପାଳ ହେଲେ ସମ୍ବର୍ଦ୍ଧିତ
ବାରିପଦା : ଚଳିତ ବର୍ଷ ଜାନୁଆରୀ ମାସ ୧୩ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ପୁରୁଷ କପ ହକି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ମୟୁରଭଂଜ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱକପ ଟ୍ରଫି ପରିଭ୍ରମଣ କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ଏହାକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ କ୍ରୀଡା ଠାରୁ ଆରମ୍ଭ କରି ମୟୁରଭଞ୍ଜ ଜିଲ୍ଲା ର ସଂସ୍କୃତି, ପରମ୍ପରା, ଲୋକ କଳା ଇତ୍ୟାଦି କୁ ଜଡିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁନ୍ଦର, ଆକର୍ଷଣୀୟ ଏବଂ ଶୃଙ୍ଖଳିତ ଢଙ୍ଗରେ ଆୟୋଜନ କରାଯାଇ ଥିବାରୁ ମୟୁରଭଂଜ ଜିଲ୍ଲାକୁ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଭୁବନେଶ୍ୱର ଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଞ ସଚିବ ଶ୍ରୀ ଭି. କାର୍ତିକେୟାନ ପାଣ୍ଡିଆନ ପ୍ରମୁଖଙ୍କ ଉପସ୍ଥିତି ରେ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଫଳତା ପରେ ଜିଲ୍ଲାର ପ୍ରଶାସନିକ ମହଲରେ ଜିଲ୍ଲାପାଳ ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
