ଷଷ୍ଠ ବାର୍ଷିକ ଜେପିଏଲ କ୍ରିକେଟ ଟୁର୍ଣ୍ଣାମେଂଟ ସଂଜୟ ଫାଇଟର ଟିମ ବିଜୟୀ
ବାରିପଦା : ସ୍ଥାନୀୟ ମୁର୍ଗାବାଡି ଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ୫ମ ଦିନର ମ୍ୟାଚରେ ସଂଜୟ ଫାଇଟର ଟିମ କେକେ ୱାରିୟର୍ସ ଟିମକୁ ୫୦ ରନରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି ସଂଜୟ ଫାଇଟର ୧୦ ଓଭରରେ ୩ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଅବିନାଶ ରଥ ୫୫, ହେମନ୍ତ ପରମାଣିକ ୪୨ ଓ ବିଜୟ ମୁଣ୍ଡା ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ଉଦୟ ନାଥ ମାଝୀ ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ କେକେ ୱାରିୟର୍ସ ୧୦ ଓଭରରେ ୯ ଉଇକେଟ ହରାଇ ୧୨୦ ରନ କରିପାରିଥିଲେ ଓ ଦଳ ପକ୍ଷରୁ ଶିବଶଙ୍କର ଟୁଡୁ ୩୨ ରନ ଓ ଅଶନ କବାଟ ୨୬ ରନ କରିଥିବା ବେଳେ ବିପକ୍ଷ ଦଳର ସଂଜୟ ଧୀର ୩ ଟି ଓ ଶିବ ଶଙ୍କର ମହାନ୍ତି ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଅବିନାଶ ରଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ନିମାଁଇ ସୋରେନ ଓ ରଶ୍ମିରଂଜନ ଧୀର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I
