ଗଞ୍ଜେଇ ଆଣୁଥିବା ବେଳେ ପୋଲିସର ଚଢାଉ
ଜୟପୁର : ଗଞ୍ଜେଇ କାରବାର ରେ ଜଡିତ ଥିବା ଅଭିଯୋଗ ରେ ଜଣେ ଯୁବକକକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସହର ସୁଯ୍ୟମହଲ ଅଂଚଳରେ ରହୁଥିବା ସନ୍ତୋଷ କୁମାର ସିଂ (୪୬) । ଜୟପୁର ସହରର ଜଣେ ଯୁବକ ବୈପାରିଗୁଡାରୁ ଗଞ୍ଜେଇ ି ଘରକୁ ଆଣୁଥିବା ବେଳେ ଟାଉନ ପୋଲିସର ଚଢାଉ କରିଥିଲା । ଗଞ୍ଜେଇ ଧରି ଆସୁଥିବା ପୋଲିସ ସୁଚନା ପାଇ ସୁଯ୍ୟମହଲରେ ଅଭିଯୁକ୍ତ ଘର ନିକଟରେ ପୋଲିସ ଜଗିଥିଲା । ପରେ ପୋଲିସ ଚଢାଉ କରି ଗିରଫ ଅଭିଯୁକ୍ତ ଠାରୁ ସ୍ଲୁଟି ଗାଡି ସହ ୨୨ କେଜି ୪୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୁଚନା ଦେଇଛନ୍ତି ।
