କେନ୍ଦ୍ରର ଖାଉଟି ସାମଗ୍ରୀ କାଟ ବିରୋଧରେ ବିଜେଡିର ଧାରଣା
ଖଇରା : ୨କେନ୍ଦ୍ରର ଖାଉଟି ସାମଗ୍ରୀ କାଟ ର ପ୍ରତିବାଦ କରି ବୁଧବାର ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୩୭ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀ ତଥା ଲେକପ୍ରତିନିଧି ମାନେ ଧାରଣାରେ ବସିବା ସହ ସ୍ଲୋଗାନ ଦେଇଥିଲେ । କୁପାରୀ ପଞ୍ଚାୟତର ସମ୍ମୁଖରେ ପୁର୍ବତନ ବ୍ଲକ ଉପାଧକ୍ଷା ଜୟନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ ଧାରଣାରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ବର୍ତ୍ତମାନ କେନ୍ଦ୍ରରେ ମୋଦି ସରକାର ୫କିଲୋ ଲେଖାଏଁ ଚାଉଳ କମ କରି ଗରୀବଙ୍କ ପେଟକୁ ଲାତ ମାରିଥିବା ବେଳେ ଅନ୍ୟପଟେ ଆଦାନୀ ଓ ଆମ୍ବାନୀ ଙ୍କୁ ସନ୍ତୁଷ୍ଟ କରିବାକୁ ଦେଶର ସମ୍ପତ୍ତି ଅଜାଡି ଦିଆଯାଉଛି । ୨୦୨୪ରେ ଓଡିଶାବାସୀ ଏହାର ଜବାବ ଦେବେ ବୋଲି କହିଥିଲେ । ରଟିଣା ଧାରଣାର ନେତୃତ୍ୱ ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ କୁମାର ମହାନ୍ତି,ସମିତିସଭ୍ୟା ଛବିଲତା ମହାପାତ୍ର,ନିରଞ୍ଜନ ମହାପାତ୍ର ନେଇଥିବା ବେଳେ ଅମରିଆ ଆନ୍ଦୋଳନର ନେତୃତ୍ୱ ସମିତିସଭ୍ୟା ସଂଯୁକ୍ତା ମହାପାତ୍ର ଓ ସରପଞ୍ଚ ସସ୍ମିତା ଧିନ୍ଦା ନେଇଥିଲେ । ସେହିଭଳି ଖଇରା ପଞ୍ଚାୟତ ସମ୍ମୁଖରେ ଅନୁଷ୍ଠିତ ଧାରଣାରେ ପ୍ରାକ୍ତନ ସରପଞ୍ଚ ସୁଦର୍ଶନ ସେଠୀ,ସମିତିସଭ୍ୟା ନର୍ମଦା ଦେଓ,ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର ଓ କୁରୁଣ୍ଟାରେ ଜିଲା ପରିଷଦ ସଭ୍ୟ ମାନସ ଦାସ,ନନ୍ଦୁରରେ ସରପଞ୍ଚ ଜୟନ୍ତୀ ପତି ଓ ସମିତିସଭ୍ୟା ଦମୟନ୍ତୀ ମାଝୀ ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ରକୁ କଡା ସମାଲୋଚନା କରିଥିଲେ । ନୟାଖଣ୍ଡି ପଞ୍ଚାୟତର ଯୁବନେତା ମୁକେଶ ଜେନା ଙ୍କ ପୌରହିତ୍ୟ ଧାରଣା ଦିଆଯାଇଥିବା ବେଳେ କୁଶାସନ କର,ଦିଲ୍ଲିପ ତିଆଡି,ସୁଦାମ କୁଣ୍ଡୁ ଧାରଣାର ନେତୃତ୍ୱ ନେଇଥିଲେ ।
