ଥ୍ରି-ଡି ଗ୍ରୁପ ପକ୍ଷରୁ ମେଧା ଅନ୍ୱେଷଣ ଅଭିଯାନ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
ମୟୁରଭଞ୍ଜ : ବାରିପଦା ଭଂଜପୁର ଠାରେ ଥିବା ଥ୍ରି-ଡି ଗ୍ରୁପ ପକ୍ଷରୁ ମେଧା ଅନ୍ୱେଷଣ ଅଭିଯାନର ଗଣିତ ପରୀକ୍ଷାରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତ ଥା ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାରାଣ୍ଡି, ସମ୍ମାନୀତ ଅତିଥି ଭାବରେ ପିଆରଏମ ମେଡିକାଲ କଲେଜର ସହକାରୀ ପ୍ରଫେସର ଡା. ସୁମିତ୍ରା ସୋରେନ, ଆଦଭିକା ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ଅଭିଷେକ ଯାଦବ, ଥ୍ରି-ଡି ଗ୍ରୁପର ପ୍ରତିଷ୍ଠାତା ଇଂ ବାଜିନାଥ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ନିଜ୍ର ଲକ୍ଷ୍ୟ ଧାର୍ଯ୍ୟ କରି ପାଠ ପଢିବା ସହିତ ନିଜକୁ ଶୃଙ୍ଖଳିତ କଲେ ଯାଇ ଏକ ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିବା ସହିତ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଭିଷେକ ଶେଣ୍ଢ, ୨ୟ ସ୍ଥାନ ଅଧିକାର କରିଥିବା ମହାପ୍ରଦସାଦ ଦାସ ଓ ୩ୟ ସ୍ଥାନ ଅଧିକାର କରିଥିବା ସ୍ୱାଧୀନ ବିଶ୍ୱାଳ ଙ୍କୁ ନଗଦ ଅର୍ଥରାଶି ସହ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ପ୍ରକାଶ ଥାଉକି ଥ୍ରି-ଡି ଗ୍ରୁପର ପ୍ରତିଷ୍ଠାତା ଇଂ ବାଜିନାଥ ହେମ୍ବ୍ରମ ନିଜସ୍ୱ ପ୍ରଚେଷ୍ଟାରେ ବିଗତ ୨୦୧୯ ମସିହା ଠାରୁ ଗରୀବ ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କୁ ଫ୍ରି କୋଚିଂ ଦେଇ ସେମାନଙ୍କର ମେଧା ଶକ୍ତିର ବିକାଶ ପାଇଁ କାର୍ଯ୍ୟ କରି ଆସୁଛନ୍ତି ।
