ଦିନ ଦ୍ୱିପ୍ରହରରେ କଳା ପଲସର ବାଇକ ଆତଙ୍କ : ୪ଲକ୍ଷ ୨୦ ହଜାର ଟଙ୍କା ଲୁଟ
ଧର୍ମଶାଳା : ଦିନ ଦ୍ୱିପ୍ରହରରେ କଳା ପଲସର ଆତଙ୍କ । ବାଇକ ଚାଳକଙ୍କଠାରୁ ୪ଳକ୍ଷ ୨୦ ହଜାର ଟଙ୍କା ଲୁଟ କରି ଆଖି ପିଛୁଳାକେ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ବ୍ରହ୍ମବରଦା ମାଛ ମାର୍କେଟ ନିକଟରୁ । ଏବଂ ଏହି ଲୁଟ ଘଟଣାରେ ସମ୍ପୃକ୍ତଥିବା ୨ ଜରଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଅଭିଯୋଗ ମୁତାବକ,ଆଜି ଦିନ ୧୧ଟା ସମୟରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତସ୍ଥ ସାହାପଡା ଗ୍ରାମର ଇନ୍ଦ୍ରମଣୀ ପରିଡା ପୁଅ ଆୟୁଶ ପରିଡା ଦୁହେଁ ବ୍ରହ୍ମବରଦା ଭାରତୀୟ ଷ୍ଟ୍ରେଟ୍ ବ୍ୟକଙ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ । ଦିନ ୨ଟା ସମୟରେ ୪ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରି ବାଇକ ଯୋଗେ ସେମାନେ ଘର ଅଭିମୁଖେ ବାହାରିଥିଲେ । ସେମାନଙ୍କୁ ଏକ କଳା ପଲସରରେ ୨ ଜଣ ଯୁବକ ମୁହଁରେ ରୁମାଲ ବାନ୍ଧି ପିଛା କରିଥିଲେ । ବାଇକ ପଛରେ ବସିଥିବା ଇନ୍ଦ୍ରମଣୀଙ୍କଠାରୁ ଆଖି ପିଛୁଳାକେ ମାଛ ମାର୍କେଟ ନିକଟରୁ ଟଙ୍କା ବ୍ୟାଗ ଛଡାଇ ନେଇ ବାଲିଚନ୍ଦ୍ର ଅଭିମୁଖେ ପଳାଇଥିଲେ । ଏହି ସମୟରେ ଲୁଟେରାଙ୍କ ଅନ୍ୟ ୨ ଜଣ ସହଯୋଗୀ ଏକ ନମ୍ବର ବିହିନ ଗ୍ଲାମର ବାଇକରେ ପଛେ ପଛେ ଆସିଥିଲେ । ଦୁହେଁ ଧର୍ମଶାଳା ଥାନା ଅନ୍ତର୍ଗତ ନାକୂଳ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଇନ୍ଦ୍ରମଣୀ ଓ ତାଙ୍କ ପୁଅ ଆୟୁଶ ଦୁହେଁ ଆସି ନାଳକୂଳ ନିକଟରେ ପଂହଚିଥିଲେ । ଦୁହେଁ ଓ ସ୍ଥାନୀୟ ଲୋକେ ପଚରା ଉଚୁରା କରିବା ଓ ମାଡ ଭୟରେ ସେମାନେ ଏହି ଲୁଟରେ ସାମିଲ ଥିବା ପ୍ରକାଶ କରିଥିଲେ । ଖବର ପାଇ ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପଂହଚି ଦୁହିଁଙ୍କୁ ଥାନାକୁ ଆଣି ଧର୍ମଶାଳା ଥାନାକୁ ଖବର ଦେଇଥିଲେ । ଧର୍ମଶାଳା ପୋଲିସ ଦୁହିଁକୁ ନେଇ ଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଇନ୍ଦ୍ରମଣୀ ଥାନାରେ ଏତଲା ଦେଇଥବବା ଜଣାପଡିଛି । ଏହି ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଲୁଟେରାକୁ ଧରାଯିବ ବୋଲି ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ବ୍ରହ୍ମବରଦା ଥାନାଠାରୁ ମାତ୍ର ୩ଶହ ମିଟର ଦୁରରେ ଏହି ଲୁଟ ହୋଇଥିବା ବେଳେ ପୋଲିସ ସେମାନଙ୍କ ଟେର ପାଇପାରି ନ ଥିଲା । ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।
