୨୨୫ ଟି ସହରରେ ବନ୍ଦ ହେଲା ଜୋମାଟୋ, ଜାଣନ୍ତୁ ସାମିଲ ଅଛିକି ଆପଣଙ୍କ ସହର
ନୂଆଦିଲ୍ଲୀ : ଭାରତରେ ସବୁଠାରୁ ଅଧିକ ପପୁଲାର ଫୁଡ ଡେଲିଭରି ସର୍ଭିସ ଆପ୍ ଜୋମାଟୋ ନିଜର ତ୍ରୟ ମାସିକ ଇନକମ ରିପୋର୍ଟ ଜାରି କରିଛି। ଏବଂ ଏଥିରେ ୩୪୬. ୬ କୋଟି ଟଙ୍କା କ୍ଷତି ହୋଇଥିବା କମ୍ପାନୀ କହିଛି। ଏହା ସହିତ କମ୍ପାନୀ ୨୨୫ ଛୋଟ ସହରରେ ଏହାର କାର୍ଯ୍ୟ ବନ୍ଦ କରିଦେଇଛି ବୋଲି ମଧ୍ୟ ଘୋଷଣା କରିଛି । ଏ ସମ୍ପର୍କରେ କମ୍ପାନୀ କହିଛି ଯେ ଏହି ସହରଗୁଡିକର ପ୍ରଦର୍ଶନ ଉତ୍ସାହଜନକ ନୁହେଁ, ତେଣୁ ଏହାକୁ ବନ୍ଦ କରିଦିଆଯାଉଛି ।
“କମ୍ପାନୀ ନିଜର ତ୍ରୟୋମାସିକ ରିପୋର୍ଟରେ କହିଛି ଯେ, ଏହାର ଚାହିଦା ବର୍ତ୍ତମାନର ମନ୍ଥରତା ଅପ୍ରତ୍ୟାଶିତ ଥିଲା, ଯାହା ଖାଦ୍ୟ ବିତରଣର ଲାଭ ବୃଦ୍ଧି ଉପରେ ପ୍ରଭାବ ପକାଉଛି। କିନ୍ତୁ ଏହା ସତ୍ତ୍ୱେ ଆମର ଲାଭ ଲକ୍ଷ୍ୟ ପୂରଣ କରିବାକୁ ଥିଲା। ହେଲେ ଆମେ ଭଲ ସ୍ଥିତିରେ ଥିବା ଅନୁଭବ କରୁଛୁ ବୋଲି କମ୍ପାନୀ ତୃତୀୟ ତ୍ରୟୋ ମାସିକ ରିପୋର୍ଟରେ କହିଛି।”
ସୂଚନା ଯେ, ଜୋମାଟୋ ହେଉଛି ଦେଶରେ ବ୍ୟବହୃତ ଲୋକପ୍ରିୟ ଖାଦ୍ୟ ବିତରଣ ଆପ ମଧ୍ୟରୁ ଅନ୍ୟତମ ଏବଂ କମ୍ପାନୀ ଏହାର ଲାଭ ବୃଦ୍ଧି ପାଇଁ ନିକଟରେ ଗୋଲ୍ଡ ସବସ୍କ୍ରିପସନ୍ ଆରମ୍ଭ କରିଛି । ନିକଟ ଅତୀତରେ ୮୦୦ ଲୋକଙ୍କୁ ଛଟେଇ କରିବାକୁ ଯୋଜନା କରୁଥିବା ବେଳେ କମ୍ପାନୀ ୨୨୫ ଟି ଛୋଟ ସହରରେ ଏହାର କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
କମ୍ପାନୀ ଆର୍ଥିକ ରୋଜଗାର ରିପୋର୍ଟରେ କହିଛି ଯେ ଜୋମାଟୋ ଜାନୁଆରୀରେ ସହରରେ ଖାଦ୍ୟ ବିତରଣ ସେବା ବନ୍ଦ କରିଦେଇଛି। ଜୋମାଟୋ କମ୍ପାନୀ ଅନୁଯାୟୀ, ଏହି ସହରଗୁଡିକ ଡିସେମ୍ବର ତ୍ରୟୋ ମାସିକ ପାଇଁ ମୋଟ ଆୟର ମାତ୍ର ୦ ଦଶମିକ ୩% ଥିଲା। ଏହି ପଦକ୍ଷେପ ବିଷୟରେ କମ୍ପାନୀ କହିଛି ଯେ ଗତ କିଛି ତ୍ରୟୋ ମାସରେ ଏହି ସହରଗୁଡିକର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ନୁହେଁ। ଏବଂ ଆମେ ଭାବି ନ ଥିଲୁ ଯେ ଆମର ନିବେଶ ଏହି ସହରଗୁଡିକରେ ଖରାପ ପ୍ରଦର୍ଶନ କରିବ । ଯଦିଓ କେଉଁ ସହରରେ ଏହାର ସୁବିଧା ବନ୍ଦ ରହିଛି ସେ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନାହିଁ। ତେବେ ଏହି ବନ୍ଦ ପ୍ରୋସେସ ମଧ୍ୟରେ ବିଭିନ୍ନ ରାଜ୍ୟର ଛୋଟ ଛୋଟ ସହର ଅନ୍ତର୍ଭୁକ୍ତ ହୋଇଥାଇପାରନ୍ତି।
