ଜୟନଗରରେ ସୁନା ଗହଣା, ଲକ୍ଷାଧିକ ଟଙ୍କା ଚୋରି
ଜୟପୁର : ଜୟପୁର ଜୟନଗରରେ ଚୋରି ହୋଇଛି । ଏନେଇ ଜୟପୁର ଟାଉନ ପୋଲିସରେ ଅଭିଯୋଗ ହୋଇଛି । ପୋଲିସ ସୁଚନା ଅନୁଯାଇ ଜୟପୁର ଜୟନଗରରେ ରହୁଥିବା କଳାକାର ସାସମଲ ଚିକିତ୍ସା ପାଇ ଘରେ ତାଲା ପକାଇ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁବୁତ ମାନେ ଘରେ ରଖାଯାଇଥିବା ଲକ୍ଷା ଧିକ ଟଙ୍କା, ସୁନା ଗହଣା ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ସାଇଂଟିଫିକ ଟିମ ତଦନ୍ତ କରିଛି । ଏନେଇ ପୋଲିସ ତଦନ୍ତ ଆରମ୍ବ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୁଚନା ଦେଇଛନ୍ତି ।
