ପ୍ରତିଶୃତିରେ ଅଟକି ରହିଛି କଇମତିଂକ ପାଇଁ ସହାୟତା
ଦଶପଲ୍ଲା : ପ୍ରତିଶୃତି ମିଳିଲା ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବାବୁମାନେ ପହଁଞ୍ଚିଲେ। ଘର, ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ। ହେଲେ ଏସବୁ ପ୍ରତିଶ୍ରୁତିରେ ହିଁ ରହିଛି। ଅବସ୍ତା ଯଥା ପୂର୍ବଂ ତଥା ପରଂ। ଏହା ହେଉଛି କଇମତିଂକ ପରିବାରର ଅଭିଯୋଗ। ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ପଂଚାୟତର ହନୁମଂତ ଠାରୁ ୧ କି. ମି. ଦୂରରେ ରହନ୍ତି କଇଁମତି ବେହେରା (୪୬ବର୍ଷ) l ପରିବାର କହିଲେ ସ୍ଵାମୀ ବେଲାରସେନ ବେହେରା, ତିନି ପୁଅ ଓ ଦୁଇ ଝିଅ l ହେଲେ ଭାଗ୍ୟର ବିଡ଼ମ୍ବନା ରୋଜଗାରିଆ ବଡ଼ ପୁଅ ସୁଶାନ୍ତ ବର୍ଷକ ତଳେ ଦୁର୍ଘଟଣାରେ ଆରପାରିକୁ ଚାଲି ଯାଇଛି l ଦୁର୍ଦିନ ରେ ଦିନ କାଟୁଛନ୍ତି କଇଁମତି l ନିଜ ପଟ୍ଟା ଜାଗାରେ ହିଁ ସେହି ଗୋଟିଏ ପରିବାର ବସବାସ କରନ୍ତି l ଗାଁରୁ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ l ଘରଠୁ ଅନତି ଦୂରରେ ବହି ଯାଉଥିବା ନଦୀରୁ ଚୁଆ କରି ମେଣ୍ଟାଉଛନ୍ତି ଶୋଷ l ରାସନ କାର୍ଡ ସାଜିଛି ସାହା ଭରସା l ଇନ୍ଦିରା ଆବାସ ଘର ଖଣ୍ଡିଏ ପାଇଁ ବାବୁ ଓ ନେତାଙ୍କୁ ଗୁହାରି କରି କରି ଥକି ପଡ଼ିଲେଣି କଇଁମତି l କୂଅ ଖୋଳା ପାଇଁ ଅର୍ଥ ମଂଜୁର ହୋଇଛି, ଘର କଥା ତାଲିକାରେ ନାମ ଗଲେ ଅନୁମୋଦନ ହେବ,ରାସ୍ତା କଥା ପରେ । ସମସ୍ୟା ର ପାହାଡ଼ ଉପରେ ଠିଆ ହୋଇଥିବା କଇଁମତିର ପରିବାରକୁ ପ୍ରଶାସନ କେବେ ସହାୟତାର ହାତ ବଢାଇବ ଆଉ ପରିବାର ମୁହଁରେ ହସ ଫୁଟିବ ତାହା ଦେଖିବାକୁ ବାକି ରହିଲା l
