କେନ୍ଦ୍ରାପଡାରେ ବୃତ୍ତିଗତ ଚୟନ ଅଭିଯାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତଥା ମଡେଲ କ୍ୟାରିଅର ସେଣ୍ଟର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଗତ ୫ତାରିଖ ଠାରୁ କ୍ୟାରିଅର କାଉନ ସେଲିଂ ଶିବିର ବା ବୃତ୍ତିଗତ ଚୟନ ଅଭିଯାନ ଆରମ୍ଭ କରାଯାଇଛି । ଏହି ଶିବିର ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ । ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପଟ୍ଟାମୁଣ୍ଡାଇସ୍ଥିତ ଏସ.ଆଇ.ପି.ଟି. ଓ ଛତାସ୍ଥିତ ସରକାରୀ ପଲୀ ଟେକନିକର ବିଭିନ୍ନ ବିଭାଗରେ ଅଧ୍ୟୟନ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା, ସୁବିଧା, ସୁଯୋଗ, ଛାତ୍ରବୃତ୍ତି ଏବଂ ତାଲିମ ପରେ ନିଯୁକ୍ତି ପ୍ରଦାନ ସମ୍ପର୍କରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା, ୟୁବ ପ୍ରଫେସନାଲ ରୀଚା ବିଶ୍ୱାଳ ଓ ଏମ.ଜି.ଏନ.ଏଫ. ଭୋଗ୍ୟ କାଲୋ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଗତ ୫ଦିନ ମଧ୍ୟରେ ୭ଟି ବିଦ୍ୟାଳୟର ୭୦୩ଜଣ ଛାତ୍ରଛାତ୍ରୀମାନଙ୍କୁ କାଉନସେଲିଂ ଶିବିର ମାଧ୍ୟମରେ ଏଭଳି ପରାମର୍ଶ ପ୍ରଦାନ କରାଯାଇଥିବା ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସା ସୂଚନା ଦେଇଛନ୍ତି ।
