ଡିଏଭି ଇଂରାଜୀ ମିଡିୟମ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୋରିଗୁମ୍ମା : ବୋରିଗୁମ୍ମା ସ୍ଥିତ ଡିଏଭି ଇଂଲିଶ ମିଡ଼ିଓମ ସ୍କୁଲ ରେ ଚବିଶି ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟି ର ସଭାପତି ଏନ ରାଜେଶ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ମାନ୍ୟବର ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତରେ କିପରି ଭଲ ମଣିଷ ହେବେ ବୁଝାଇଥିଲେ।ମାନ୍ୟବର ବିଧାୟକ ମହୋଦୟ ଗୋଟିଏ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଦୁଇଟି ପର୍ଯ୍ୟାୟରେ ଅନୁଦାନ ଦେବା ସଙ୍ଗେ ସଙ୍ଗେ ପଚାଶ ହଜାର ଆର୍ଥିକ ରାଶି ଦେବା ପାଇଁ କହି, ଯାହାର ସୁଧ ରାଶିରେ ଗରିବ ମେଧାବୀ ଛାତ୍ର ଛାତ୍ରୀ ପଢ଼ି ପାରିବେ ବୋଲି ମତବ୍ୟକ୍ତ କରିଥିଲେ।ମୂଖ୍ୟ ବକ୍ତା ଭାବେ ଭୈରବ ଡିଗ୍ରୀ କଲେଜ ର ଅର୍ଥନୀତିର ଅଧ୍ୟାପକ ଡ଼ଃ ସଦାଶିବ ତ୍ରିପାଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସୁନାଗରିକ ହେବା ମୂଳମନ୍ତ୍ର କହିଥିଲେ।ସମ୍ମାନିତ ଅତିଥି ଭାବେ ଅଶୋକ କୁମାର ଗନ୍ତାୟତ,ଅଧ୍ୟକ୍ଷ ଏମ ଆଦିନାରାୟଣା, ଉପସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ଦାସ,ସମ୍ପାଦକ ପି ଜଗଦିଶ୍ୱର ରାଓ ମଞ୍ଚାସୀନ ହୋଇଥିଲେ। ମଂଚ ପରିଚାଳନା ଦାୟିତ୍ୱରେ ଶିକ୍ଷକ ଜି ରବିକାନ୍ତ ଏବଂ ଶିକ୍ଷୟିତ୍ରୀ ସୁଶ୍ରୀ ମୋନାଲିସା ମଣ୍ଡଳ ରହିଥିବା ବେଳେ ଷ୍ଟାଫ ସଚିନ ପିଲାଇ, ଦେବବ୍ରତ ମହାରଣା,ରାଜେଶ ପାଣିଗ୍ରାହୀ, ସୁଶୀଳା ପଟ୍ଟନାୟକ, ସନ୍ଧ୍ୟା ପଟ୍ଟନାୟକ, ପଦ୍ମିନୀ ସ୍ୱାମୀ, ଅଙ୍କିତା ପଣ୍ଡା,ସମାରିନା ହେମାଙ୍ଗିନୀ ଏବଂ ସହାୟିକା ଅନୁରାଧା ପଟ୍ଟନାୟକ ଓ ଦଇମତି ଅମନାତ୍ୟ ସମ୍ପୂର୍ଣ୍ଣ ଭାବେ ସହାୟତା କରିଥିଲେ।ଶ୍ରୀମତୀ ନମିତା ବିଶୋଇ ଧନ୍ୟବାଦ ଜ୍ଞାପନ କରିଥିଲେ।ବିଦ୍ୟାଳୟ ର ଆଲୁମିନି ତଥା ପୂର୍ବତନ ଛାତ୍ର ଛାତ୍ରୀ ମଞ୍ଚ ଉପରକୁ ଆସି ମଞ୍ଚାସୀନ ଅତିଥିମାନଙ୍କୁ ନିଜ ନିଜର ପରିଚୟ ଦେଇ ବିଦ୍ୟାଳୟ କୁ କିଛି ଆର୍ଥିକ ରାଶି ଅନୁଦାନ ରୂପେ ଦେବା କୁ ଇଚ୍ଛା ପ୍ରକାଶ କରିଥିଲେ।ପୂର୍ବତନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୌରୀ ତ୍ରିପାଠୀ ପାଞ୍ଚ ହଜାର ଏକ ଟଙ୍କା ପ୍ରଦାନ କରିଥିଲେ।ଏହି ଅବସରରେ ପୂର୍ବତନ ପ୍ରିନ୍ସିପାଲ ଶ୍ରୀ ଗଣେଶ୍ୱର ସାବତ, ଶ୍ରୀ ମନୋଜ କୁମାର ବିଶୋଇ, ଶ୍ରୀ ପି ତିରୁମଲା ଓ ଶ୍ରୀମତୀ ବୀଣାପାଣି ପଟ୍ଟନାୟକ ଙ୍କୁ ସେମାନଙ୍କ ସ୍କୁଲ ପାଇଁ ଅବଦାନ ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ କମିଟିର ସମସ୍ତ ସଭ୍ୟ, ବିଶେଷ କରି ପ୍ରସନ୍ନ ସାହୁ, ରାଜେଶ ନାୟକ, ପଦ୍ମ ଲୋଚନ ଦାସ, ଶ୍ରୀକାନ୍ତ ରଥ, ଗୋଲକ ଚୌଧୁରୀ, ବିଟୁ ପଣ୍ଡା , ସୁବାସ ନାୟକ ଓ ଅଶୋକ ବେହେରା ସହଯୋଗ କରିଥିଲେ। ଶେଷରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଯାହାକୁ କି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଉପସ୍ଥାପନା କରାଯାଇଥିଲା।ପରିଶେଷରେ ମାନ୍ୟବର ବିଧାୟକ ଙ୍କ ସହ କେ ନାଗରାଜ ଦୋରା ଛାତ୍ର ଛାତ୍ରୀଙ୍କ ସହ ମିଶି ମଂଚ ଉପରେ ନାଚି ସେମାନଙ୍କୁ ଉତ୍ସାହିତ କରିଥିଲେ।
