ମହିଳାଙ୍କ ଆତ୍ମହତ୍ୟା
ଜୟପୁର : ବିଷ ପିଇ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଜୟପୁର ଜେଲ ରୋଡର ତୁଳା ମାଝୀ (୨୮) । ପୋଲିସ ସୁଚନା ଅନୁଯାଇ ଜୟପୁର ଜେଲ ରୋଡର ପିଙ୍କୁ ମାଝୀଙ୍କ ସ୍ତ୍ରୀ ତୁଳା ମାଝୀ ବିଷ ପିଇ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ପରିବାର ଲୋକେ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲ । ସେଠାରେ ମହିଳା ଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମହିଳା ଙ୍କ ସବ କୁ ବ୍ୟବ ଛେଦ କରାଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
