ହରିହାଟ ପ୍ରାଙ୍ଗଣରେ ନାମଯଜ୍ଞ
ଯାଜପୁର : ଅକରପଡ଼ା ଗ୍ରାମ ପଞ୍ଚାୟତସ୍ଥିତ ଶ୍ରୀଧରପୁର ଆନ୍ଦୋଳା ହାରିହାଟ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଶୁଭମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଅଗିରା ପୂର୍ଣ୍ଣମିରେ ଶୁଭାଧିବାସହୋଇ ସୂର୍ଯ୍ୟପୂଜା, ହରି ଗୋସେଇଁଙ୍କ ପୂଜାର୍ଚ୍ଚନା ହେବାସହ ଅଷ୍ଟପ୍ରହର ନାମଯଜ୍ଞ ପବିତ୍ର ହରିହାଟ ପ୍ରାଙ୍ଗଣକୁ ସୁଶୋଭିତକ ରିଥିଲା । ନାମଯଜ୍ଞ ମଣ୍ଡପର ଅପୂର୍ବ ସାଯସଜା, ବିଦ୍ୟୁତ ଆଲୋକର ତୋରଣ ଓ ଶତାଧିକ ସଂକୀର୍ତ୍ତନ ପ୍ରେମୀଙ୍କ ଯୋଗଦାନ ବାସ୍ତବିକ ଆଧ୍ୟାତ୍ମିକ ଏକ ପରିବେଶ ସୃଷ୍ଟି କରିଥିଲା । ପ୍ରକାଶ ଥାଉକି ଏହି ପ୍ରାଚୀନ ହରିହଟ ପ୍ରାଙ୍ଗଣର ପୌରାଣିକ କିମ୍ବଦନ୍ତି ଅଛି । ରାମବାସୀଙ୍କ ସହଯୋଗରେ ନଗର ଭ୍ରମଣ, ପ୍ରସାଦ ଦେବନ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯୋଗଦାନ ଏହି ନାମଯଜ୍ଞ କାର୍ଯ୍ୟକ୍ରମ ଆଦି ଆନନ୍ଦ ଉଲ୍ଲାସ ଓ ଶାନ୍ତୁ ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସୁଦର୍ଶନ ମହାଳିକ, କୃଷ୍ଣଚନ୍ଦ୍ର ମହାଳିକ, ପ୍ରଭାତ କୁମାର ପରିଡ଼ା, ସୁକଦେବ ବାରିକ, ରବିନ୍ଦ୍ର କୁମାର ରାଉତ, ସତ୍ରୁଘ୍ନମହାଳିକ, ରବିମହାରାଜ, କିଶୋର ପ୍ରଧାନ ପ୍ରମୁଖସଂଚାଳନ କରିଥିଲେ ।
