ଝାରସୁଗୁଡ଼ାରେ ପହଂଚିଲେ ଜଷ୍ଟିସ୍ ଜେପି ଦାସ ଆସନ୍ତାକାଲି କ୍ରାଇମ୍ ସ୍ପଟ କୁ ଯିବେ
ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା ତଦନ୍ତର ତଦାରଖ କରୁଥିବା ଜଷ୍ଟିସ୍ ଜେ.ପି. ଦାସ ଆଜି ସଂନ୍ଧ୍ୟାରେ ଝାରସୁଗୁଡ଼ାରେ ପହଂଚିଛନ୍ତି । ଆସନ୍ତାକାଲି ସେ କ୍ରାଇମ୍ ସ୍ପଟ କୁ ଯିବେ । ତେବେ ଆଜି କରାଯାଇଥିବା କ୍ରାଇମ ସିନ୍ ରିକ୍ରିଏସନ୍ ଆଗକୁ ତଦନ୍ତରେ ସହଯୋଗ କରିବ ବୋଲି ଜଷ୍ଟିସ୍ ଶ୍ରୀ ଦାସ କହିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସଙ୍କୁ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା ତଦନ୍ତର ତଦାରଖ ଦାୟୀତ୍ୱ ଦେଇଛନ୍ତି ହାଇକୋର୍ଟ । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚର ତିନୋଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି ।
