ବିଦ୍ୟୁତ କର୍ମଚାରୀ ଙ୍କର ଉପଖଣ୍ଡ ସ୍ତରୀୟ ବାର୍ଷିକ ସମାବେଶ ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯଯିବାକୁ ଦାବୀ
ବାରିପଦା : ଆଜି ନେସ୍କୋ ପାୱାର ଏମ୍ପେ୍ଲାଇଜ ସଙ୍ଘ ତରଫରୁ ବେତନଟୀ ଧର୍ମଶାଳା ଠାରେ ଉପଖଣ୍ଡ ସ୍ତରୀୟ ବୈଠକ ତଥା ବନ୍ଧୁ ମିଳନ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ସଙ୍ଘର ଜିଲ୍ଲା ସଭାପତି ସୁବ୍ରମଣ୍ଯମ ମହାନ୍ତିଙ୍କ ସଭାପତିତ୍ୱରେ ଡେପୁଟି ଜେନେରାଲ ସେକ୍ରେଟାରୀ ଜ୍ୟୋତିକୃଷ୍ଣ ବେହେରା, ସଙ୍ଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ବେରା,ଡିଭିଜନାଲ ସେକ୍ରେଟାରୀ ଚନ୍ଦନ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ କରୁଣାକର ପତି,ସହ ଡିଭିଜନାଲ ସେକ୍ରେଟାରୀ ଜ୍ଞାନରଂଜନ ପରିଡା,ଉଦଳା ଅବଜରଭର ଜ୍ଯୋତିଲାଲ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ହୋଇ ସଙ୍ଘୀୟ ବକ୍ତବ୍ୟ ରଖିଥିବା ବେଳେ ଉପସ୍ଥିତ କର୍ମୀ ମାନଜ ନିଜନିଜର କର୍ଯ୍ଯକ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ସର୍ବ ସମ୍ମତି କ୍ରମେ ବେତନଟୀ ଉପଖଣ୍ଡ ସ୍ତରୀୟ କର୍ମକର୍ତା ଚୟନ କରାଯାଇଥିଲା ।ଉପଖଣ୍ଡ ସମ୍ପାଦକ ଚନ୍ଦନ କୁମାର ଜେନା,ଉପଖଣ୍ଡ ସଙ୍ଘଟକ ଲକ୍ଷଣ ମହାନ୍ତ, ବେତନଟୀ ସେକ୍ସନ ସଙ୍ଘଟକ ବିଶ୍ୱଜିତ ସାହୁ,ବୈଶିଙ୍ଗା ସେକସନ ସଙ୍ଘଟକ ପ୍ରଶାନ୍ତ କୁମାର ସାହୁ, କୁଚୁଳାଖୁଂଟା ସେକ୍ସନ ସଙ୍ଘଟକ ଯୋଗେନ୍ଦ୍ର ବାରିକ୍, ହିନ୍ଦୁସ୍ଥାନ ବିଏ ମାନଙ୍କ ମଧ୍ୟରେ ବେତନଟୀରୁ ପ୍ରମୋଦ ସାହୁ,ବୈଶିଙ୍ଗାରୁ ବିଶ୍ୱଜିତ ପରିଡା,କୁଚିଳାଖୁଂଟାରୁ ପଦ୍ମଲୋଚନ ବେହେରା,୩୩/୧୧ କେଭି ଷ୍ଟ୍ରକଚର୍ ସବଡିଭିଜନ ସମ୍ପାଦକ ଦୀନବନ୍ଧୁ ନାୟକଙ୍କୁ କର୍ମକର୍ତ୍ତା ଭାବେ ଚୟନ କରାଯାଇଛି ।ସଙ୍ଘ ପକ୍ଷରୁ ନୂତନ କର୍ମକର୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।ମଂଚାସିନ ନେତୃମଣ୍ଡଳୀ ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର କାର୍ଯ୍ଯାବଳୀ ସମ୍ପର୍କରେ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ ।ସମାନ କାମକୁ ସମାନ ଦରମା, କାର୍ଯ୍ଯକ୍ଷେତ୍ରରେ ସମ୍ପୂର୍ଣ୍ଣ ସୁରକ୍ଷା ସରଂଜାମର ବ୍ଯବସ୍ଥା, ଠିକା କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କାକୁ ବୃଦ୍ଧି ପ୍ରଭୃତି ଦାବି ଗୁଡିକ ଟିପିଏନଓଡିଏଲର ଉଚ୍ଚ କତୃପକ୍ଷଙ୍କ ଦ୍ୱାରା ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ସଙ୍ଘ ତୀବ୍ର ଆନ୍ଦଳନାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ କେବଳ ଟିପିଏନଓଡିଏଲ କତୃପକ୍ଷ ଦାୟୀ ରହିବେ ।ସର୍ବଶେଷରେ ବେତନଟୀ ସେକ୍ସନରେ କାର୍ଯ୍ଯରେ ଥିବା ସମୟରେ ମୃତ୍ୟୁ ବରଣ କରିଥିବା ଲାଇନମ୍ଯାନ ପ୍ରସନ୍ନ କୁମାର ମହାନ୍ତଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ବୈଠକ ପରିଚାଳନାରେ ତପନ କୁମାର ପାତ୍ର,ପାର୍ଥସାରଥି ଦାସ,ବୁଦ୍ଧେଶ୍ୱର ମାରାଣ୍ଡି,ଶୁଭାଶିଷ ଆସେ,ରମେଶ ସାହୁ,ଶ୍ରୀମନ୍ତ ଘୋଷ,ଶାନ୍ତନୁ ନାୟକ, ଦୀପକ ମହାନ୍ତି, କିଶୋର କୁମାର ନାଥ,ସରୋଜ କୁମାର ନାୟକ,ଗୋବିନ୍ଦ ଓଝା,ସାଇ ମହାପାତ୍ର, ସଞ୍ଜୟ ଘୋଷ,ତାପସ ବେହେରା, ସଞ୍ଜିତ ସେଠୀ,ପ୍ରଭୃତି
ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ହୋଇ ସଭାକାର୍ଯ୍ଯ ସମ୍ପାଦନ କରିଥିଲେ ।
