କଂଗ୍ରେସ ତରଫରୁ ବ୍ୟାଙ୍କ ସମ୍ମୁଖରେ ଧାରଣା
ବାରିପଦା : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୟୁରଭଂଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ବାରିପଦା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ କେନ୍ଦ୍ରର ମୋଦି ସରକାର ଆଦାନୀ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ଏସ.ବି.ଆଇ. ଭଳି ବ୍ୟାଙ୍କରୁ ହଜାର ହଜାର କୋଟି ଏବଂ ଲାଇଫ ଇନସ୍ଯୁରେନସ ଭଳି ସରକାରୀ ଅନୁଷ୍ଠାନ ପୁଂଜି ନିବେଶ କରାଇ ଦେଶର ଅର୍ଥନୀତିକୁ କ୍ଷତି ପହଂଚାଇ ଥିବାରୁ ଧାରଣା ପ୍ରଦର୍ଶନ କରାଯାଇଛି । ଆଦାନୀ ଭଳି କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ମୋଦି ସରକାର ସହାୟତା ଯୋଗାଇଦେଇ ଗରିବ ଖଟିଖିଆ ଓ ମଧ୍ୟବିତ ପରିବାରକୁ ଗରିବୀ ଆଡ଼କୁ ଠେଲି ଦେଉଥିବା ପ୍ରତିବାଦରେ ଆଜି ଷ୍ଟେଟ ବ୍ୟାଙ୍କ ଓ ଏଲ.ଆଇ.ସି. ଅଫିସ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଥିଲା । ତୁରନ୍ତ ବ୍ୟାଙ୍କ ରୁ ଯେଉଁ ହଜାର ହଜାର କୋଟି ଟଙ୍କା ଋଣ ନେଇ ସାଧାରଣ ଲୋକଙ୍କୁ ଠକୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହେମନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଅଶୋକ ଅଧିକାରୀ, ବାରିପଦା ଟାଉନ ସଭାପତି ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଉପସଭାପତି ଅରବିନ୍ଦ ଦାସ, ପିସିସି ସଦସ୍ୟ ଯୋଗେଶ ଅଗ୍ରୱାଲ, ଓବିସି ସେଲ ସଭାପତି ଦିଲ୍ଲିପ ନାଏକ, ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ରାଇରଙ୍ଗପୁର ଟାଉନ କଂଗ୍ରେସ ନଗରପାଳିକା ପ୍ରାର୍ଥୀ ଭଜହରି ମହାନ୍ତ, ମୋରଡା ବ୍ଲକ ସଭାପତି ସେଖ ମୁସ୍ତଫା, ବାଙ୍ଗିରିପୋଷି ବ୍ଲକ ସଭାପତି ମୁରଲୀ ନାୟକ, ଟାଉନ ମହିଳା ସଭାନେତ୍ରୀ ରଶ୍ମିତା ମିଶ୍ର, ହରିଶଙ୍କର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଦୀପକ ଦାଶ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଯୁବନେତା ଶିବାନନ୍ଦ ଜାନେନ୍ଦ୍ର ଦାସ, ଛାତ୍ର ଉପ ସଭାପତି ଆରବ ପଣ୍ଡା, ମହିଳା ନେତ୍ରୀ ଇତିଶ୍ରୀ ମିଶ୍ର, କିଶାନ ନେତା ବୁଧୁରାମ ସିଂ, ସୁଭସ୍ମିତା ଦାସ, ଟାଉନ ସଂପାଦକ ସ୍ୱାଗନ ଦାସ,ନିର୍ମଳ ପ୍ରଧାନ, ଚାଣ୍ଡେ ମହାନ୍ତ, ଶାମାଖୁଂଟା ବ୍ଲକ ସଭାପତି ଦେବେନ୍ଦ୍ର ସିଂ , ବେତନଟୀ ବ୍ଲକ ସଭାପତି କୁଶଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
