ଭାରତ ଶକ୍ତି ସପ୍ତାହର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଗ୍ରିନ୍ ମୋବିଲିଟି ରାଲି ଓ ଇ-୨ଠ ଇନ୍ଧନର ଶୁଭାରମ୍ଭ
ନୂଆଦିଲ୍ଲୀ : ବେଙ୍ଗାଲୁରୁ ଠାରେ ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲୁ)ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ପୋଷାକ ଉନ୍ମୋଚନ କରିଛନ୍ତି। ଏହି ପୋଷାକଗୁଡ଼ିକ ପିଇଟି ବଟଲ ପୁନଃପ୍ରକ୍ରିୟାକରଣ ଜରିଆରେ ହୋଇଛି। ସେ ମଧ୍ୟ ଭାରତୀୟ ତୈଳ ସଂସ୍ଥାର ଇନଡୋର ସୋଲାର କୁକିଂ ସିଷ୍ଟମ ଅନ୍ତର୍ଗତ ଟୁଇନ କୁକଟପ୍ ମଡେଲକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ବାଣିଜ୍ୟିକ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି।
ପରେ ପ୍ରଧାନମନ୍ତ୍ରୀ ଭାରତୀୟ ତୈଳ ବିପଣନ କମ୍ପାନି ଅଧୀନ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮୪ଟି ପାଇକାରୀ ଦୋକାନରେ ଇ-୨୦ ଇନ୍ଧନର ଶୁଭାରମ୍ଭ କରିଛନ୍ତି। ଇଥାନଲ ମିଶ୍ରଣ ପ୍ରକ୍ରିୟା ଅଧୀନରେ ଏହା କରାଯାଇଛି। ସେ ମଧ୍ୟ ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସବୁଜ ଶକ୍ତି ଉତ୍ସ ଦ୍ୱାରା ଚାଲୁଥିବା ଯାନବାହନ ଏଥିରେ ଅଂଶଗ୍ରହଣ କରିବା ସହ ସବୁଜ ଇନ୍ଧନ ନେଇ ଜନସଚେତନତା ସୃଷ୍ଟି କରିବେ।
