୨୦୨୧ ବ୍ୟାଚ୍ ଓଡ଼ିଶା କ୍ୟାଡରର ୬ଜଣ ଆଇଏଏସଙ୍କୁ ତହସିଲଦାର୍ ଦାୟିତ୍ୱ
ଭୁବନେଶ୍ବର : ପ୍ରୋବେସନ୍ରେ ଥିବା ୨୦୨୧ ବ୍ୟାଚ୍ ଓଡ଼ିଶା କ୍ୟାଡରର ୬ଜଣ ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାର ତହସିଲଦାର ଭାବେ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ ଧୀନା ଦସ୍ତାଗିର୍ (ଗଞ୍ଜାମ), ଧିମନ୍ ଚକ୍ମା (ସଦର କେନ୍ଦୁଝର), କିରଣଦୀପ୍ କୌର ସହୋଟା (ରେମୁଣା), ପ୍ରଥମେଶ ଅରବିନ୍ଦ ରାଜସିର୍କେ (କୋରାପୁଟ), ରେହନ ଖତ୍ରି (ସମ୍ବଲପୁର), ରୀନା ପ୍ରଧାନ (ସଦର ସୁନ୍ଦରଗଡ଼)।
ଏହି ଆଇଏଏସ୍ ଅଫିସରମାନେ ଫେବ୍ରୁଆରି ୫ରୁ ଆସନ୍ତା ମାର୍ଚ୍ଚ ୧୮ତାରିଖ ପର୍ଯ୍ୟନ୍ତ ତହସିଲଦାର ଭାବେ କାର୍ଯ୍ୟ କରିବେ। ଏହି ଅବଧିରେ ସଂପୃକ୍ତ ତହସିଲ୍ରେ ଏବେ କାର୍ଯ୍ୟରତ ତହସିଲଦାରମାନେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
