ରାଜ୍ୟସ୍ତରୀୟ ବିଚ୍ ଭୋଲିବଲ୍ ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୩
ମୟୂରଭଞ୍ଜ : ଓଡିଶା ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବିଚ୍ ଭୋଲିବଲ୍ ପ୍ରତିଯୋଗିତା ଚଳିତ ଫେବୃୟାରୀ ମାସ ୭ ରୁ ୮ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପରାଦ୍ୱୀପ ଏନ.ଏ.ସି. ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବାଳକ ଟିମ୍ ମ୍ୟାନେଜର ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ସୁଧାରଞ୍ଜନ ମହାକୁଡଙ୍କ ନେତୃତ୍ୱରେ ୩ ଜଣ ବାଳକ ଯୋଗ ଦେଇଛନ୍ତି । ସେମାନେ ହେଲେ ୧୭ ବର୍ଷରୁ କମ୍ ବାଳକ ବିଭାଗର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଖେଲାରାମ ବିଦ୍ୟାନିକେତନର ସନ୍ଦିପନୀ ପାତ୍ର ଓ ନରେଶ କୁମାର ମହାନ୍ତ, ଶାମାଖୁଣା୍ଟ ବ୍ଲକ ସ୍ଥିତ ଶିିରିଶବଣି ର ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ର ଅଭିିନନ୍ଦନ ଗୋପ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।
