ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ
ସିମୁଳିଆ : ଜାମୁଝାଡ଼ି-ଧାମରା ରାସ୍ତାର ବଣଗଡ଼ିଆ ନିକଟରେ ଶୁକ୍ରବାର ଅପରାହ୍ନରେ ବୋଲେରୋ (ନଂ. ଓଡ଼ି୦୨ବିଆର- ୨୫୪୬) ଓ ବାଇକ୍ ମଧ୍ୟରେ ଧକ୍କା । ଏହି ଦୁର୍ଘଟଣାରେ ଶିବ ପ୍ରସାଦ ସେଠୀ(୩୪) ନାମକ ଜଣେ ଯୁକବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରଘୁନାଥ ସେଠୀ(୩୮) ନାମକ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଶିବ ଓ ରଘୁନାଥଙ୍କ ଘର ସ୍ଥାନୀୟ ଗୌଡ଼ପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।
ଶିବ ଓ ରଘୁନାଥ କାଠ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ବୋଲେରୋରେ ଥିବା ୨ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
