ଅଜଣା ଗାଡ଼ି ଧକ୍କାରେ ଆଇନ ଛାତ୍ରଙ୍କ ମୃତ୍ୟୁ
ହଳଦୀପଦା : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବାଇପାସ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଆଇନ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ପଶ୍ଚିମବଙ୍ଗ କଲିକତା ଅଞ୍ଚଳର ଅରୁଣ ଚାଟାର୍ଜୀଙ୍କ ପୁଅ ଅଭି ଚାଟାର୍ଜୀ (୪୧) । ସେ ବାଲେଶ୍ୱର ଆଇନ କଲେଜରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି ।
ସେ ତାଙ୍କ ସ୍କୁଟି (ନଂ. ଡବ୍ଲୁବି୦୧ଏଏନ୍-୫୨୫୫) ଯୋଗେ ବାଲେଶ୍ୱର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଛାତ୍ର ଜଣକର ମୁଣ୍ଡକୁ ଚାପି ଦେଇ ଅଜଣା ଗାଡ଼ିଟି ଚମ୍ପଟ ମାରିଥିଲା । ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ଓ ରାଜପଥ ଆମ୍ବୁଲାନ୍ସ ପହଞ୍ôଚ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି । ମୃତକଙ୍କ ଠାରୁ ମିଳିଥିବା ଆଇନ କଲେଜର ଆଇଡେଣ୍ଟିଟି କାର୍ଡ଼ରୁ ତାଙ୍କର ପରିଚୟ ମିଳିଥିବା ପୋଲିସ କହିଛି ।
