ପରଲୋକରେ ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣ
ନୂଆଦିଲ୍ଲୀ : ପରଲୋକରେ ଦେଶର ଜଣାଶୁଣା ଓକିଲ ତଥା ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣ। ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା।
ଶାନ୍ତି ଭୂଷଣ ହେଉଛନ୍ତି ବର୍ତ୍ତମାନ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବାପା। ଶାନ୍ତି ଭୂଷଣ ମଧ୍ୟ ତାଙ୍କ ସମୟରେ ଅନେକ ହାଇପ୍ରୋଫାଇଲ ମାମଲା ଲଢ଼ିଥିଲେ। ଆହ୍ଲାବାଦ ହାଇକୋର୍ଟରେ ସେ ରାଜ ନାରାଇନ୍ଙ୍କ ପାଇଁ ମାମଲା ଲଢ଼ି ଚର୍ଚ୍ଚାକୁ ଆସିଥିଲେ। ରାଜ ନାରାଇନ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାକୁ ଶାନ୍ତି ଭୂଷଣ ଲଢ଼ିଥିଲା।
