ନିଳାଗୁଡା ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ
ଜୟପୁର : ଜୟପୁର ଅବକାରି ବିଭାଗ ନିଳାଗୁଡା ନିକଟ ଜଙ୍ଗଲରେଦେଶି ମଦ ପ୍ରସ୍ତୁତ କରୁଥିବା ସୁଚନା ପାଇ ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରେ ବହୁ ମଦ ଭାଟି ଭାଙ୍ଗିବା ସହ ୧୪ ଶହ ଲିଟର ପୋଚ ଓ ୭୦ ଲିଟର ଦେଶି ମଦକୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରୁ ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ଜୟପୁର ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।
