ବଡ଼ ଖବର! ୧ ଫେବୃଆରୀରୁ ବଦଳିଯିବ ଏସବୁ ନିୟମ, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
ନୂଆଦିଲ୍ଲୀ : ଆଜି ସରିବ ଜାନୁଆରୀ ମାସ। ଫେବୃଆରୀ ପ୍ରଥମ ତାରିଖରେ ଅନେକ ପରିବର୍ତ୍ତନ ହେବ । ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏଠାରେ ମଧ୍ୟ କକହିରଖୁଛୁ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣ ବଜେଟ୍ ମଧ୍ୟ ୧ ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାରି କରିବେ । ଏଭଳି ପରିସ୍ଥିତିରେ ଲୋକମାନେ ଏହି ବଜେଟରୁ ବହୁତ କିଛି ଆଶା କରନ୍ତି । ୧ ଫେବୃଆରୀରୁ ହେବାକୁ ଥିବା ପରିବର୍ତ୍ତନଗୁଡିକ ବିଷୟରେ ଆମେ ଏଠାରେ ଆପଣଙ୍କୁ ସୂଚନା ଦେଉଛୁ ।
ଉପସ୍ଥାପିତ ହେବ ସାଧାରଣ ବଜେଟ୍ :
୧ ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସମସ୍ତଙ୍କ ନଜର ଏହି ବଜେଟ୍ ଉପରେ ରହିଛି ଓ ସମସ୍ତ ଦେଶବାସୀ ଏଥିରୁ କିଛି ବଡ ଆଶା କରୁଛନ୍ତି । ବଜେଟରୁ ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ ମିଳିବା ନେଇ ସମସ୍ତେ ଆଶା ବାନ୍ଧିଛନ୍ତି ।
କ୍ରେଡିଟ୍ କାର୍ଡ ବିଲରେ ଲାଗିବ ଅତିରିକ୍ତ ଚାର୍ଜ :
ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ୍ କାର୍ଡଧାରୀଙ୍କୁ ଏକ ବଡ଼ ଧରଣର ଝଟକା ଦେଇ କମ୍ପାନୀ କହିଛି ଯେ ଏହା କ୍ରେଡିଟ କାର୍ଡ ରେଣ୍ଟ ପେମେଣ୍ଟ ଉପରେ ୧ ପ୍ରତିଶତ ଅଧିକ ଚାର୍ଜ ଆଦାୟ କରିବ । ଏହି ନିୟମ ୧ ଫେବୃଆରୀ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ।
ଏଲପିଜି ମୂଲ୍ୟରେ ହେବ ବଡ଼ ପରିବର୍ତ୍ତନ :
ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରତ୍ୟେକ ମାସର ପ୍ରଥମ ଦିନରେ ସମୀକ୍ଷା କରାଯାଏ । ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ବୃଦ୍ଧି ଓ ହ୍ରାସ କରିବା ସମ୍ଭବ । ଫେବୃଆରୀରେ ଏହା ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି ।
୧.୨% ବୃଦ୍ଧି ପାଇବ ଯାନବାହାନର ଦାମ୍ :
ଯାତ୍ରୀବାହୀ ଯାନଗୁଡ଼ିକର ଆଇସିଇ ପୋର୍ଟଫୋଲିଓର ମୂଲ୍ୟ ବୃଦ୍ଧି କରିବ ବୋଲି ଟାଟା ମୋଟର୍ସ ଘୋଷଣା କରିଛି । ମୂଲ୍ୟ ବୃଦ୍ଧି ହେବାର କାରଣ ଭାବରେ କମ୍ପାନୀ ନିୟାମକ ପରିବର୍ତ୍ତନ ଓ ବୃଦ୍ଧି ଇନପୁଟ୍ ମୂଲ୍ୟକୁ ଦର୍ଶାଇଛି । ୧ ଫେବୃଆରୀ ୨୦୨୩ ଠାରୁ, ଭାରୀ ହାରାହାରି ବୃଦ୍ଧି ଭାରିଆଣ୍ଟ ଓ ମଡେଲ ଉପରେ ନିର୍ଭର କରି ୧.୨ ପ୍ରତିଶତ ହେବ । ଟାଟା ମୋଟର୍ସ କହିଛି ଯେ ଏହା ଗ୍ରାହକଙ୍କ ଉପରେ କିଛି ବୋଝ ପକାଇବାକୁ ଯାଉଛି ।
ଜବତ ହେବ ୧୦ବର୍ଷ ପୁରୁଣା ରେଜିଷ୍ଟ୍ରେସନ ଗାଡି :
ନୋଏଡା ଅଞ୍ଚଳରେ ୧ ଫେବୃଆରୀ ୨୦୨୩ ରୁ ପେଟ୍ରୋଲ ଇଞ୍ଜିନ ପାଇଁ ୧୫ ବର୍ଷରୁ ଅଧିକ ଓ ଡିଜେଲ ଇଞ୍ଜିନ ପାଇଁ ୧୦ ବର୍ଷ ପୁରୁଣା ରେଜିଷ୍ଟ୍ରେସନ ଆଧାରରେ ପୁରୁଣା ଯାନଗୁଡ଼ିକୁ ବର୍ତ୍ତମାନ ଜବତ କରାଯିବ । ନିକଟରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୧ ଫେବୃଆରୀରୁ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ ଯାନକୁ ନୋଏଡା ଓ ଗ୍ରେଟର ନୋଏଡା ଜବତ କରାଯିବ ।
