ଗତ ୨୪ ଘଂଟାରେ ମୟୁରଭଞ୍ଜ ପୋଲିସ ଦ୍ୱାରା ୧ ଲକ୍ଷ ୧୦ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ମୟୁରଭଞ୍ଜ : ଗତ ୨୪ ଘଂଟା ମଧ୍ୟରେ ମୟୁରଭଂଜ ଜିଲ୍ଲା ପୋଲିସ ମୟୁରଭଂଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୧ ଲକ୍ଷ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ୮ ଜଣ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି । ଜିଲ୍ଲାରୁ ୨ ଜଣ ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୨ ଜଣଙ୍କ ନାମରେ ୨ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି ବୋଲି ଏ ସଂପର୍କରେ ମୟୁରଭଂଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
