ବାରିପଦାରେ ଖୋଲିଲା ଉତ୍କଳ ହସପିଟାଲର ସୁପରସ୍ପେସାଲିଟି କ୍ଲିନିକ
ବାରିପଦା : ମୟୂରଭଂଜ ଜିଲ୍ଲାରେ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ବାରିପଦାର ଭୁଗୁଡାକଟା ଠାରେ ଉତ୍କଳ ହସ୍ପିଟାଲର ଏକ ସୁପର ସ୍ପେଶାଲିଟି ଆଉଟରିଚ ସେଂଟର ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ତଥା ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ କୁମାର ସାମଲ ଏବଂ ଡାକ୍ତର ନିତ୍ୟାନନ୍ଦ ଉପାଧ୍ୟାୟ ଏହାକୁ ଉଦଘାଟନ କରିଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ସିଇଓ ଡା. ଆଶିଷ ଚନ୍ଦ୍ର, ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ପଣ୍ଡା ଓ ସିଓଓ ଡା. ଆଲୋକ ଲୋଧା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ପାଇଁ ଉନ୍ନତମାନର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଉତ୍କଳ ହସ୍ପିଟାଲ ପକ୍ଷରୁ ଏହି ସୁପର ସ୍ପେଶାଲିଟି ଆଉଟରିଚ ସେଂଟର ଆରମ୍ଭ କରାଯାଇଛି ବୋଲି କହିଥିଲେ । ଏହି କ୍ଲିନିକରେ ପ୍ରତିଦିନ ମେଡିସିନ, ଚିକିତ୍ସା, ନିଦାନ, ଫାର୍ମାସି ଏବଂ ହୋମ୍ ସର୍ଭିସ ସହିତ କାର୍ଡିଓଲୋଜି, କାର୍ଡିଓ ଥୋରାସିକ ସାଇନ୍ସ ଅର୍ଥୋପେଡ଼ିକ, ଜଏଣ୍ଟ ଆଣ୍ଡ ସ୍ୱାଇନ, ଅଙ୍କୋଲୋଜି, ନ୍ୟୁରୋ ସାଇନ୍ସ, ଗ୍ୟାଷ୍ଟ୍ରୋ ୟୁରୋଲୋଜି ସାଇନ୍ସ ଆଦି ବିଭାଗରେ ସାପ୍ତାହିକ ସୁପର ସ୍ପେସାଲିଟି କ୍ଲିନିକ ସେବା ଉପଲବ୍ଧ ହେବ ବୋଲି ଜଣା ଯାଇଛି ।
