ବିପର୍ଯୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦଯାପିତ
ବାରିପଦା : ସ୍ଥାନୀୟ ମଧୁବନ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଓଡିଶା ରାଜ୍ୟ ଡ଼ିଜାଷ୍ଟର ମ୍ୟାନେଜମେଂଟ ଆଥୋରିଟିର ଉଦ୍ୟମ କ୍ରମେ ଆଶ୍ରୟସ୍ଥଳ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଏଥିରେ ୭୫ ଜଣ ଏବଂ ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା ନିମନ୍ତେ ପରିଚାଳନା କମିଟି ର ୨୫ ଜଣ ସଦସ୍ୟ ତାଲିମ ନେଇଥିଲେ । ଜାନୁୟାରୀ ୨୧ ରୁ ୨୮ ତାରିଖ ଯାଏ ଆଶ୍ରୟସ୍ଥଳୀର ସମ୍ପାଦକ ବିକ୍ରମ କେଶରୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ ପତି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇ ଶିବିରରୁ ପ୍ରଶିକ୍ଷଣ ପାଇଥିବା ଜୀବନ ରକ୍ଷା କୌଶଳ ଗୁଡିକୁ ଉଚିତ ସମୟରେ ବ୍ୟବହାର କରି ଜନଜୀବନ ବଂଚାଇବାକୁ ପରାମର୍ଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀର ସଂଯୋଜକ ଅନୁଷ୍ଠାନ ସ୍ପାର୍ଡା ସ୍ୱେଚ୍ଛାସେବୀ ସଂଗଠନର ବିବେକାନନ୍ଦ ପଟ୍ଟନାୟକ ଉଦଯାପିନୀ ଉତ୍ସବକୁ ପରିଚାଳନା କରିଥିବା ବେଳେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ୮ନମ୍ବର କାଉନସିଲର ମୂର୍ଚ୍ଛନା ମହାନ୍ତି, ଜିଲ୍ଲା ଜରୁରୀ କାଳୀନ ସଂଯୋଜକ ସୁମିତ୍ରା ସ୍ୱାଇଁ, ସାର୍ଡା ସ୍ୱେଚ୍ଛାସେବୀ ସଂଗଠନର କୋଷାଧ୍ୟକ୍ଷ ସଂଜୟ ଦ୍ୱାରୀ ଯୋଗ ଦେଇଥିଲେ । ଅତିଥି ମାନକ ଦ୍ୱାରା ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରଯାଇଥିଲା । ସେହିଭଳି ସମସ୍ତ ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୮ ଜଣଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରଯାଇଥିଲା । କମିଟିର ବରିଷ୍ଠ ସଦସ୍ୟ ରଘୁନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
