ରାଜ୍ୟରେ ଆଉ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଗୁରୁବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ହଜାର ୦୬୯ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୫୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୬ହଜାର ୬୯୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୦୪ ଜଣ ଥିବାବେଳେ ବାଲେଶ୍ୱରରୁ ୨୬୨ଜଣ, ବରଗଡ଼ରୁ ୫୦ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ଜଣ, ବୌଦ୍ଧରୁ ୮୪ଜଣ, କଟକରୁ ୪୩୮ଜଣ, ଦେଓଗଡ଼ରୁ ୨୮ଜଣ, ଢେଙ୍କାନାଳରୁ ୧୧୪ଜଣ, ଗଜପତିରୁ ୧୮ଜଣ, ଗଞ୍ଜାମରୁ ୨୭ଜଣ, ଜଗତସିଂହପୁରରୁ ୯୨ଜଣ, ଯାଜପୁରରୁ ୩୦୫ଜଣ, ଝାରସୁଗୁଡ଼ାରୁ ୧୯ଜଣ, କଳାହାଣ୍ଡିରୁ ୪୧ଜଣ, କନ୍ଧମାଳରୁ ୪୮ଜଣ, କେନ୍ଦ୍ରାପଡ଼ାରୁ ୧୨୦ଜଣ, କେନ୍ଦୁଝରରୁ ୬୮ଜଣ, ଖୋର୍ଦ୍ଧାରୁ ୫୦୬ଜଣ, କୋରାପୁଟରୁ ୮୦ଜଣ, ମାଲକାନାଗିରିରୁ ୫୬ଜଣ, ମୟୁରଭଞ୍ଜରୁ ୧୧୨ଜଣ, ନବରଙ୍ଗପୁରରୁ ୧୦୮ଜଣ, ନୟାଗଡ଼ରୁ ୧୦୬ଜଣ, ନୂଆପଡ଼ାରୁ ୧୯ଜଣ, ପୁରୀରୁ ୧୯୯ଜଣ, ରାୟଗଡ଼ାରୁ ୭୯ଜଣ, ସମ୍ବଲପୁରରୁ ୩୭ଜଣ, ସୋନପୁରରୁ ୫୦ଜଣ, ସୁନ୍ଦରଗଡ଼ରୁ ୮୩ଜଣ ଏବଂ ରାଜ୍ୟ ପୁଲ୍ରୁ ୬୪ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୬୬,୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୧୭,୩୫୯ ଜଣ ସୁସ୍ଥ ହୋଇଥିବା ବେଳେ ୪୫ହଜାର ୮୦୯ଜଣ ସକ୍ରିୟ ମାମଲା ରହିଛି ।
