ଶ୍ରୀପାଞ୍ଚମୀରେ ୨ୟ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ
ବାରିପଦା : ପବିତ୍ର ବସନ୍ତ ପଂଚମୀ ଅବସରରେ ୨ୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇ ହୋଇ ଯାଇଛି । ବାରିପଦା ନିକଟସ୍ଥ ହାତୀକୋଟ ସଂରକ୍ଷଣ ଜଙ୍ଗଲରୁ ଏହି ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀପଂଚମୀ ଶୂଭ ମୁହୂର୍ତରେ ରଥ ମହାରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ରଥ କାଠ ଅନୁକୂଳ ପାଇଁ ସମସ୍ତ ବିଧିବିଧାନ ସମ୍ପର୍ଣ୍ଣ କରିଥିଲେ । ଜଙ୍ଗଲରେ ଚିହ୍ନିତ ହୋଇଥିବା ଗଛକୁ ପୂଜାର୍ଚ୍ଚନା ପୂର୍ବକ ଅନୁମତି ଭିକ୍ଷା କରିବା ସହିତ ଶଙ୍ଖଧ୍ୱନୀ ଏବଂ ଖୋଳ କିର୍ତନ ପୂର୍ବକ ଗଛ କଟା ଯାଇ ଏହାକୁ ରଥଖଳାକୁ ଅଣା ଯାଇଛି । ଅନୁକୂଳ ହୋଇଥିବା ଏହି କାଠକୁ ଚଳିତ ବର୍ଷ ନନ୍ଦିଘୋଷ ରଥର ଅଠର ନାହାକ କାର୍ଯ୍ୟରେ ଲଗାଯିବ ବୋଲି କହିଛନ୍ତି ରଥ ମହାପାତ୍ର ମୃତ୍ୟୁଂଜୟ ମହାପାତ୍ର ।
