ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଅଟୋ : ଜଣେ ମୃତ, ୧୭ ଆହତ
ରାୟଗଡ଼ା : ରାୟଗଡ଼ା ଜିଲା ସାଙ୍କେଶ ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ୧୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ମହିଳା ଶ୍ରମିକ ଜଣଙ୍କ ହେଲେ ୨୨ ବର୍ଷିୟା ତୁଳସୀ ମିଣିଆକା। ଅଟୋରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ଥିଲେ । ୧୭ ଜଣ ମହିଳା ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ କାମ କରିବା ପାଇଁ ରାୟଗଡ଼ା ଯାଉଥିଲେ। ଓଭରଲୋଡ ଯୋଗୁଁ ସାଂକେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
