ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ ଭୋଟର ଦିବସ ପାଳିତ
ବାରିପଦା : ଆଜି ମୟୁରଭଂଜ ଜିଲ୍ଲା ପ୍ରଶାସନ ତରଫରୁ ତ୍ରୟୋଦଶ ଜାତୀୟ ମତଦାତା ଦିବସ -୨୦୨୩ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଆଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସେଂଟର ଠାରେ ଆୟୋଜିତ ବୈଠକରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭୋଟର ଦିବସ ପାଳନ ଉପଲକ୍ଷେ ଉଦିଷ୍ଟ ଶପଥ ପାଠ କରାଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲକ୍ଷପାଳ କିଛି ନୂତନ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରିବା ସହ ଭୋଟର ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଏବଂ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା କର୍ମଚାରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଏହି ବୈଠକରେ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ମନୋରଂଜନ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଓ ଛାତ୍ରଛାତ୍ରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
