ରକ୍ତଦାନ ଶିବିର, ୧୫୨ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଜାନୁଗଞ୍ଜ ଗୋଲେଇ ନିକଟସ୍ଥ ଦଧିବାମନ ପଡ଼ିଆରେ ନୂଆ ବାଲେଶ୍ୱର ବିକାଶ ପରିଷଦର ୪ର୍ଥ କୋଶମ୍ବ ମେଳା ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରୁ ମୋଟ୍ ୧୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଶିବିରକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଉତ୍ସବରେ ଜିଲା ରକ୍ତଦାତା ସଂଘର ସମ୍ପାଦକ ଇଂ. ଡ. ହୃଷିକେଶ ସାହୁ, ସମାଜସେବୀ ଜନତ୍ ହୁସେନ୍ ଓ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଜିଲା ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ କୋଶମ୍ବ ମେଳା ଉକ୍ତ ସ୍ଥାନରେ ୩ ଦିନ ବ୍ୟାପୀ ମହା ସମାରୋହରେ ଅନୁଷ୍ଠିତ ହେବ । ଶିବିର ପରିଚାଳନାରେ ଇଂ. ନିଶାକର ନାୟକ, ଶିଳ୍ପୀ କେଶୁ ଦାସ, କମଳ ବିହାରୀ ଦାସ, ରତିକାନ୍ତ ଦାସ, ଦମୟନ୍ତୀ ବାଗ, ଲକ୍ଷ୍ମୀପ୍ରିୟା ଦଳେଇ, ଦେବେଶ ପରମାଣିକ, ଦେବାଶୀଷ ସାହୁ, ଚନ୍ଦ୍ରଶେଖର ପରିଡ଼ା, ଭଗବାନ ଦାସ ଖଣ୍ଡେଲୱାଲ୍, ଗଗନ ଗିରି ଓ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।
