ପବିତ୍ର ବୁଡ଼ ପାଇଁ ପ୍ରସ୍ତୁତ ତୀର୍ଥ ପୁଷ୍କରିଣୀ
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
କୋଣାର୍କ : ଆସନ୍ତା ୨୭ ଓ ୨୮ ତାରିଖରେ କୋଣାର୍କ ଚନ୍ଦ୍ରଭାଗା ତୀର୍ଥରେ ହେବାକୁ ଥିବା ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ ହୋଇ ସାରିଥିବା ଜଣାପଡିଛି । ଏନେଇ ମଙ୍ଗଳବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଚନ୍ଦ୍ରଭାଗା ତୀର୍ଥ ସ୍ଥଳ ବୁଲି ଦେଖିଥିଲେ । ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଦୀର୍ଘ ୧୨ ଦିନ ଧରି ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ କରିଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥି ସହିତ ପୂର୍ତ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଓ ମେଳା ପଡିଆ ଚାରିପଟେ ସୁରକ୍ଷିତ ସ୍ନାନ ନିମନ୍ତେ ବାରିକେଡ ଓ ଗମନାଗମନ ବ୍ୟବସ୍ଥା ସୁଦୃଢ଼ କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷିତ ସ୍ନାନ ପାଇଁ ସମସ୍ତ ବ୍ୟବସ୍ଥା ଜରୁରୀ କାଳୀନ ଭିତିରେ ଆଗେଇ ଚାଲିଛି । ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଶୌଚ ନିମନ୍ତେ ୩ଟି ସ୍ଥାନରେ ୧୦୦ଟି ଅସ୍ଥାୟୀ ପାଇଖାନା ପ୍ରସ୍ତୁତି ଚାଲିଛି । ୱାଟ କୋ ପକ୍ଷରୁ ପାନୀୟ ଜଳ ଯୋଗାଣ, ଏନଏସି ପକ୍ଷରୁ ଲାଇଟ୍ ବ୍ୟବସ୍ଥା ଆଦି ଦୃତ ଗତିରେ ଜାରି ରହିଥିବା କାର୍ଯ୍ୟକୁ ଜିଲ୍ଲାପାଳ ବୁଲି ଦେଖିବା ସହ ତଦାରଖ କରିଥିଲେ । ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
