ମୟୂରଭଞ୍ଜ : ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ପ୍ରାରମ୍ଭରେ ବୀର ମହାପୁରୁଷମାନଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ମହାପୁରୁଷମାନଙ୍କ ସ୍ମୃତିରେ ଜାତୀୟଗାନ କରାଯାଇଥିଲା । ତାପରେ କଲେଜର ଛାତ୍ରଛାତ୍ରୀମାନେ ଦୁଇ ବୀର ପୁରୁଷଙ୍କ ବିଷୟରେ ବକ୍ତବ୍ୟ ରଖିବା ସହିତ ଜୟଧ୍ୱନି ଦେଇଥିଲେ । କଲେଜର ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ସୁବାଷ ବୋଷ ଏବଂ ସୁରେନ୍ଦ୍ର ସାଏଙ୍କ ଜୀବନ ଦର୍ଶନ ଓ ବୀରତ୍ୱ କାହାଣୀ ବିଷୟରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସାହସୀ ଓ ଧୌର୍ଯ୍ୟଶୀଳ ହେବା ପାଇଁ ଉପଦେଶ ଦେଇଥିଲେ । କଲେଜର ଉପାଧ୍ୟକ୍ଷ ସଂଘମ୍ରିତା ରାଉତ ଛାତ୍ରଛାତ୍ରୀାନଙ୍କୁ ଦୁଇ ବୀରଙ୍କର ଜୀବନ ବୃତ୍ତାନ୍ତ ବିଷୟରେ କହିଥିଲେ । କଲେଜର ଅଧ୍ୟାପକ, ଅଧ୍ୟାପିକା ଅଶୋକ କୁମାର ଦାସ, ମଦନ ମୋହନ ସାହୁ, ଦେବୀଦତ୍ତ ରାଉତ, ରଞ୍ଜିତ ମାରାଣ୍ଡି, ସାଗରିକା ପଣ୍ଡା, ସବିତାରାଣୀ ଦାସ, ବିଜୟା ନାୟକ, ମୀରା ସେନାପତି, ରୂପମଞ୍ଜରୀ ବେହେରା, ତୃପ୍ତି ଦାସ, ଦେବାଶ୍ରିତା ବିଶ୍ୱାଳ, ଅଭିପ୍ସା ନାୟକ, ପୂର୍ଣ୍ଣିମା ମହାନ୍ତି, ସଂଯୁକ୍ତା ମହାନ୍ତ, ସୁଜାତା ପାଳ, ସସ୍ମିତା ସି, ଅଙ୍କିତା ସାହୁ, ଦୀପ୍ତିଶ୍ରୀ ବେହେରା, ଜ୍ୟୋର୍ତିମୟୀ ଗିରି, ତୁନଶ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ ।
Post Views: 24,301