ଭଂଜସେନାର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ମିଶ୍ରଣ ପରେ କେନ୍ଦ୍ର ଓ ରାଜ୍ୟ ସରକାର ମୟୁରଭଂଜକୁ ଅବହେଳା କରିଛନ୍ତି
ଅଖଣ୍ଡ ମୟୁରଭଂଜ ଏବଂ ସବୁଜିମା ଶିମିଳିପାଳ ଦାବୀରେ ସାରା ଜିଲ୍ଲାରେ ହେବ ପଦଯାତ୍ରା
ବାରିପଦା : ଆଜି ଜିଲ୍ଲାର ସଂଗ୍ରାମୀ ଯୁବ ସଂଗଠନ ଭଂଜସେନା ବାରିପଦା ଛଉ ପଡ଼ିଆ ଠାରେ ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । କାର୍ଯ୍ୟକ୍ରମରେ ସଂଗଠନ ପ୍ରାରମ୍ଭରୁ ସାମିଲ ଥିବା ଯୁବଛାତ୍ର କର୍ମୀ, ବର୍ତମାନର ଯୁବ ଛାତ୍ର ଏବଂ ଭଂଜସେନା କାର୍ଯ୍ୟାଧାରାକୁ ଭଲ ପାଉଥିବା ଶୁଭଚିନ୍ତକ ମାନେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଥିଲେ । ଭଂଜସେନା ଓବିସି ଶାଖା ଜିଲ୍ଲା ସଭାପତି ରାକେଶ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଭଂଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ନିଜ ଅଭିଭାଷଣରେ ମୟୁରଭଂଜ ମିଶ୍ରଣ ଚୁକ୍ତି ପରେ କିଭଳି କ୍ରମାଗତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାର ମୟୁରଭଂଜକୁ ଅବହେଳା କରିଚାଲିଛନ୍ତି ସେ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ ଅଖଣ୍ଡ ମୟୁରଭଂଜ ଏବଂ ସବୁଜିମା ଶିମିଳିପାଳର ମାନ୍ୟତା ବଜାୟ ରଖିବା ନେଇ ସମଗ୍ର ଜିଲ୍ଲାରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହିତ ଆଗାମୀ ଶିକ୍ଷା ବର୍ଷ ଠାରୁ ଉଚ୍ଚ ଶିକ୍ଷାରୁ ବଂଚିତ ପ୍ରକୃତ ଗରୀବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭଂଜସେନା ପକ୍ଷରୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭଂଜସେନା ଅଧକ୍ଷ ଶୁଭେନ୍ଦୁ ମହାନ୍ତି, ଶୃଙ୍ଖଳା କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ମହମ୍ମଦ ଅଲ୍ଲୀ ଖାନ, ଜିତେନ୍ଦ୍ର ହେମ୍ବ୍ରମ, ଲାଲ ବାହାଦୁର ମହାନ୍ତି ,ଚନ୍ଦନା ଦାସ, ସଭାପତି ପିଂଟୁ ମାଇତି, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମହିଳା ଶାଖା ସଭାପତି କନିକା ବୋଷ, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଯୁବ ସଭାପତି ସୌମ୍ୟରଂଜନ ମିଶ୍ର, ଛାତ୍ର ସଭାପତି ପ୍ରୀତମ ପଣ୍ଡା, ମୁଖପାତ୍ର ମାନସ ବେହେରା, ଯୁବଛାତ୍ର ସଂଯୋଜକ ଏସକେ ରାଜାଖାନ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ବାମନଘାଟି ଉପଖଣ୍ଡ ସଭାପତି ଇଂ. ରମଜାନ ବେଗ, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ପାଂଚପିଢ଼ ଉପଖଣ୍ଡ ସଭାପତି ଦକ୍ଷିଣା ମହାନ୍ତ, ଜିଲ୍ଲା ଉପସଭାପତି ଫିରୋଜ ଖାନ, ସନ୍ତୋଷ ଗିରି, ପ୍ରଶାନ୍ତ ମହାକୁଡ, ରାକେଶ ମହାନ୍ତି, ସାଧାରଣ ସମ୍ପାଦକ ଧନଂଜୟ ସାହୁଙ୍କ ସମେତ ବହୁ ବ୍ଲକ ସଭାପତି ଏବଂ ବରିଷ୍ଠ କର୍ମକର୍ତା ମାନେ ବକ୍ତବ୍ୟ ପ୍ରଦାନ କରି ଜିଲ୍ଲାର ସ୍ୱାର୍ଥ ପାଇଁ ଭଂଜସେନାର ଲଢେଇ ଜାରୀରହିବ ବୋଲି କହିଥିଲେ । ସେନାର ମୋରୋଡ଼ା ବ୍ଲକ ସଭାପତି ପାରିତୋଷ ବାରିକ,୧୭ ନମ୍ବର କାଉନସିଲର କରୁଣାକର ହେମ୍ବ୍ରମ ,ଯୁବନେତା ରବି ନାରାୟଣ ସିଂ ବାବୁ, ସଂଜୀବ ରାଉତ, ଦିଲ୍ଲୀପ ରାୟବାବୁ, ଚିକିଟାମାଟିଆ ସରପଂଚ ବାରସା ହେମ୍ବ୍ରମ, ଯୁବ ନେତା ସାଫଲ୍ୟ ମିଶ୍ର, ପ୍ରଦୀପ ଦେ, ସୂର୍ଯ୍ୟବର୍ଦ୍ଧନ, ସାଂଗଠନିକ ସମ୍ପାଦକ ଗଣେଶ ମହାନ୍ତି, ଛାତ୍ରନେତା ଶିବରାଜ ମହାନ୍ତି, ବାରିପଦା ଉପଖଣ୍ଡ ଉପସଭାପତି ମନୋରଂଜନ ବାରିକ, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟପ୍ରକାଶ ମହାନ୍ତି, ରାସଗୋବିନ୍ଦପୁର ବ୍ଲକ ସଭାପତି ପଦ୍ମଲୋଚନ ଦାସ, ମୋରୋଡ଼ା ବ୍ଲକ ଆଦିବାସୀ ଶାଖା ସଭାପତି ରାମକୁଣ୍ଡିଆ ମୁର୍ମୁ, ସମ୍ପୂର୍ଣ୍ଣ ହେମ୍ବ୍ରମ,ସଂଜୟ ହାଁସଦା, ସାଧନା ସରଦାର, ମାଇକେଲ ମହାନ୍ତ, ଶିବା ସିଂ, ଅମିତ କୁମାର, ଅନମଲ ଯୋଶୀ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ସହିତ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।
