ରୋଟାରୀ-ରୋଟ୍ରାକ୍ଟ କ୍ଲବର ମିଳିତ କିଡ୍ଫେଷ୍ଟ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ରୋଟାରୀ କ୍ଲବ ଓ ରୋଟ୍ରାକ୍ଟ କ୍ଲବର ମିଳିତ ସହଯୋଗରେ ସ୍ଥାନୀୟ ଟାଉନ ହଲ ପରିସରରେ ଚାଲିଥିବା ଦୁଇଦିନିଆ ଶିଶୁ ମହୋତ୍ସବ କିଡ୍ଫେଷ୍ଟ ଉଦ୍ଯାପିତ ହୋଇଛି । ଏଥିରେ ଶିଶୁମାନଙ୍କ ମଧ୍ୟରେ ନାଚ, ଗୀତ, କୌତୁକିଆ ପୋଷାକ, ଚିତ୍ରାଙ୍କନ, ତର୍କ, ଭାଷଣ, ପୋଷ୍ଟର ତିଆରି ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ପୌରାଧ୍ୟକ୍ଷା ସବିତା ସାହୁ ଏହି ଶିଶୁ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ କାଉନସିଲର ସଞ୍ଜୀବ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶରେ ଏହି ଉତ୍ସବ ବେଶ ସହାୟକ ହୋଇପାରିଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୁବନେତା ବିକ୍ରମ ପଣ୍ଡା ଯୋଗଦେଇ ଶିଶୁମାନଙ୍କୁ ନେଇ ଆୟୋଜିତ ଏହି ଉତ୍ସବ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି କହିଥିଲେ । ବିଭିନ୍ନ ବିଭାଗ ପ୍ରତିଯୋଗୀତାରେ କୃତିତ୍ୱ ପ୍ରଦର୍ଶନ କରିଥିବା ଶିଶୁଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ରୋଟାରିଆନ ଡ. ଶ୍ରୀମାନ ଶ୍ରୀଚନ୍ଦନ ଉଦ୍ଯାପନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ରୋଟାରୀ ଇନର ହୁଇଲ କ୍ଲବ ସଭାପତି ସିପ୍ରାରେଖା ମହାପାତ୍ର, ରୋଟ୍ରାକ୍ଟ କ୍ଲବ ସଭାପତି ପ୍ରଭୁଜ୍ୟୋତି ମହାପାତ୍ର, ସମ୍ପାଦକ ବିରଜା ପ୍ରସାଦ ଦାସ ଓ ଚେୟାରମ୍ୟାନ୍ ଶାଶ୍ୱତ ଜୈନ, ରୋଟାରିଆନ ପ୍ରଫେସର ଶାନ୍ତନୁ ପାଣି, ଡ. ମାତୃଦତ୍ତ ଦାସ, ସିଏ ପ୍ରଦୀନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଜଗନ୍ନାଥ ଦାସ, ବବି ଦାସ, ଶିବମ ବାରିକ, ଆକାଶ ନାୟକ, ସାହିଲ ହୋବା, ସୁକାନ୍ତ ନାୟକ, ଅନୁପ ଦାସ, ଅରସଦ କାଦ୍ରି ପ୍ରମୁଖଙ୍କ ସମେତ ଦୁଇ ସଙ୍ଗଠନର ବହୁ ସଦସ୍ୟ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।
