ଖୁଆଡ ପଂଚାୟତରେ ଚକ୍ଷୁ ପରୀକ୍ଷା ଶିବିର
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଆଡ ପଂଚାୟତର ପୁରୁଣାପାଣି ଗାଁରେ ନେତାଜୀ କ୍ଳବ ସହଯୋଗରେ ଜଳେଶ୍ୱର ରୋଟାରୀ କ୍ଲବ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରାୟ ୧୦୦ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୮ଜଣଙ୍କ ମୋତିଆବନ୍ଦୁ ଚିହ୍ନ ହୋିଛି । ସେମାନଙ୍କୁ ବାଲେଶ୍ୱର ରୋଟାରୀ କ୍ଲବକୁ ନେଇ ଶଲ୍ୟଚିକିତ୍ସା ହେବା ସଂପର୍କରେ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ରୋଟାରୀ ସଭାପତି ଡ. ଦିପ୍ତିମୟୀ ମହାପାତ୍ର, ସଂପାଦକ ସତ୍ୟନାରାୟଣ ସିଂ, ମାନସ ରଂଜନ ଜେନା, ଶଶାଂକ ଶେଖର ଜେନା, ଆକାଶ ଗାନ୍ଧି, ରାମକୃଷ୍ଣ ସାମଲ, କାମାକ୍ଷା ଦାସ ପ୍ରମୁଖ ପରିଚାଳନା କରିଥିଲେ ।
