ସାରଡାଙ୍ଗରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିରରୋଗ ପରୀକ୍ଷା କରାଇଲେ ୩୫୦ବ୍ୟକ୍ତି
ଖଇରା : ୧ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ହରିହାଟ ଠାରେ ରବିବାର ଦିନ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଡା ସୁଶାନ୍ତ ତରେଇ ଓ ଚକ୍ଷୁ ବିଶେଷଜ୍ଞ ଡା ବିଶ୍ୱଜିତ ଉପାଧ୍ୟାୟ ଚକ୍ଷୁ ବିଶେଷଜ୍ଞ ଡା ବିଶ୍ୱଜିତ ଉପାଧ୍ୟାୟ ଓଫାର୍ମାଷିଷ୍ଟ ଶାନ୍ତନୁ ଦାସ ପ୍ରମୁଖ ସାରଡାଙ୍ଗ ତଥା ଝିଙ୍କିରିଆର ପଞ୍ଚାୟତରୁ ଆସିଥିବା ୩୫୦ବ୍ୟକ୍ତି ରୋଗ ଦେଖାିବା ସହ ଔଷଧ ବଣ୍ଟନ କରିଥିଲେ । ୬୦ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା । ଆୟୁଷ୍ମାନ ଫାଉଣ୍ଡେସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ଶଶିକୁମାର ସାହୁ ଉଦ୍ଘାଟନ କରିଥିଲେ । ପ୍ରାକ୍ତନ ସମିତିସଭ୍ୟ ଦିଲ୍ଲିପ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ଶ୍ରୀ ସାହୁ ବକ୍ତବ୍ୟ ରଖି ନିଜ କଷ୍ଟଅର୍ଜିତ ଧନରେ ରକ୍ରଦାନ ମାଗଣା ସ୍ୱାସ୍ଥ୍ୟ ଶିବିର ଭଳି କାର୍ଯ୍ୟ କରିବାକୁ ପ୍ରାଥମିକତା ଦେଇ ଆସୁଛନ୍ତି । ୨୦୧୪ରେ ପରାଜୟ ସତ୍ୱେ ସେ ସିମୁଳିଆ ନିର୍ବାଚନ ମଣ୍ଡଳୀର ୫୯ପଞ୍ଚାୟତବାସୀ ସହ ସୁଖଦୁଃଖରେ ସାଥୀ ହୋଇଛନ୍ତି । ଜୁନାମାସ ସୁଦ୍ଧା ଶିବିର ଶେଷ ପରେ ଚାରାରୋପଣ କରିବା ଏବଂ ସର୍ବୋପରି ୨ଶହ ଅସହାୟ ଯୁବତୀଙ୍କର ବିବାହ ପାଇଁ ନିଷ୍ପତ୍ତି ନେଇଥିବାର କହିଥିଲେ । ବାବୁଲି ପଣ୍ଡା ସ୍ୱାଗତ ଭାଷଣ ଓ ନାରାୟଣ ପଣ୍ଡା,ଶଶି ପତି,ଡୁଙ୍ଗୁରା ସମିତିସଭ୍ୟ ଶିଶିର ସାମଲ ପ୍ରମୁଖ ଶିବିର ଅଅୟୋଜନ ଉପରେ ବକ୍ତବ୍ୟ ରଖିଥିଲେ । ଆୟୁଷ୍ମାନ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀମନ୍ତ ବିଶ୍ୱାଳ ଓ ଅକ୍ଷୟ କୁମାର ଧିନ୍ଦା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
