ନୀଳଗିରି ଅବକାରୀ ବିଭାଗ ଦ୍ୱାରା ୨ ମଦ ବେପାରୀ ଗିରଫ
ନୀଳଗିରି : ନୃସିଂହ ନାରାୟଣ ରଥ ନୀଳଗିରି ଅବକାରୀ ବିଭାଗର ଆଜି ନୂତନ ଓ.ଆଇ.ସି. ଭାବେ ଯୋଗଦାନ କରିଛନ୍ତି । ଯୋଗଦାନର ପ୍ରଥମ ଦିନରେ ବହୁ ପରିମାଣର ମହୁଲି ମଦ ଜବତ୍ କରିବା ସହିତ ହଜାର ହଜାର ଲିଟର ପୋଚକୁ ନଷ୍ଟ କରି ମଦ ମାଫିଆଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ନୀଳଗିରି ଅବକାରୀ ବିଭାଗ ଓ ବାଲେଶ୍ୱର ମୋବାଇଲ ସ୍କ୍ୱାର୍ଡ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୭୨ଲିଟର ମହୁଲି ମଦ ଜବତ କରିବା ସହ ୨ଜଣକୁ ଗିରଫ କରିଛନ୍ତି । ଖୁଂଟା ବହଳଦା ଅଂଚଳର କୁନା ସିଂ (୨୫) ଠାରୁ ୪୨ ଲିଟର ମହୁଲି ମଦ, ବରହମପୁର ଥାନା ଅର୍ନ୍ତଗତ ହୁଡ଼ିସାହି ଗ୍ରାମର କନ୍ଦା ସିଂ (୩୩) ଠାରୁ ୩୦ଲିଟର, ଉକ୍ତ ଥାନା ଅଂଚଳର ପୁଟିବନ୍ଧ ଜଙ୍ଗଲରେ ଚୋରାରେ ଚାଲିଥିବା ମହୁଲୀ ଭାଟିରେ ଚଢ଼ାଉ କରି ୩୦୦୦ ଲିଟର ପୋଚକୁ ନଷ୍ଟ କରିବା ସହିତ ଶହ ଶହ ଲିଟର ମଦକୁ ଜବତ କରିବା ଓ ମଦରନ୍ଧା ସାମଗ୍ରୀ, ଡେଗିଚି, ଡ୍ରମ ଜବତ୍ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ୩ଜଣକୁ ଗିରଫ କରିଥିବା ବେଳେ ୨ଜଣକୁ ଗିରଫ କରିଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟ ଜଣେ ମଦ ବେପାରୀ କୁଆଡ଼େ ଗଲେ ତାହା ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି । । ଏହି ଚଢ଼ାଉରେ ବାଲେଶ୍ୱର ଅବକାରୀ ସ୍କ୍ୱାର୍ଡ , ନୀଳଗିରି ଓ.ଆଇ.ସି. ନୃସିଂହ ନାରାୟଣ ରଥ, କନେଷ୍ଟବଳ, ପ୍ରହ୍ଲାଦ ବାରିକ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।
