୧୧କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ
ମାଲକାନଗିରି : ମାଥିଲି ଅଂଚଳରେ କିଛି ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଂଟ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଅବକାରୀ ଥାନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଆଜି ସକାଳୁ ମାଥିଲି ଅବକାରୀ ଥାନାର ଉପ-ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ରାଜୁ କୁମାର କ୍ଷତି, ଜେମ୍ସ ସାହୁ, ଗୋବିନ୍ଦ ବେଞ୍ଜିମ ଓ ଅବକାରୀ କର୍ମଚାରୀ ମାନେ ପୁଲାବେଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ସେହି ବାଟେ ଦୁଇ ଜଣ ବ୍ୟକ୍ତି ଏକ ଆକ୍ଟିଭା ସ୍କୁଟିରେ ନେତାଲବନ୍ଧି ଠାରୁ ପୁଲାବେଡା ଗ୍ରାମକୁ ଯାଉଥିଲେ ।ଏତିକି ବେଳେ ଅବକାରୀ କର୍ମଚାରୀ ମାନେ ଗାଡିଟିକୁ ଅଟକାଇ ଥିଲେ । ସେ ଦ୍ରୁତଗତିରେ ପଳାଇଥିବାର ଦେଖି ଗୋଡ଼ାଇ ଧରିଥିଲେ , ଗାଡି ଯାଂଚ କରିବାରୁ ସେଥିରେ ୧୧କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା, ବୈପାରିଗୁଡା ଅଂଚଳର ସଦାଶିବ ପାଙ୍ଗି ଓ କୋଟପାଡ଼ ଅଂଚଳର ଶୁକ୍ରା ରଣାଙ୍କୁ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି I
