ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୬ତମ ଜନ୍ମ ବାର୍ଷିକୀରେ ଆୟୋଜିତ ସମାରୋହରେ ଶାହା ମୁଖ୍ୟ ଅତିଥି ଭାବରେ ଯୋଗଦେବେ
ନୂଆଦିଲ୍ଲୀ : ଭାରତ ସ୍ୱାଧିନତାର ୭୫ ବର୍ଷ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଜାନୁଆରୀ ୧୭ରୁ ୨୩ ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ସମ୍ମାନଜନକ କାର୍ଯ୍ୟକ୍ରମ ସପ୍ତାହ ପାଳନ କରିବ । ଏହି ସମୟରେ ଜାନୁଆରୀ ୨୩ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଂଜର ପୋର୍ଟ ବ୍ଲେୟାରରେ ଆୟୋଜିତ ହେବାକୁ ଥିବା ଏହି ବିଶାଳ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସମ୍ମାନଜନକ ସପ୍ତାହରେ ମଣିପୁର, ନାଗାଲାଣ୍ଡ, ଗୁଜୁରାଟ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଂଜରେ ନେତାଜୀଙ୍କ ଜୀବନ ଏବଂ କାର୍ଯ୍ୟ ସହ ଜଡ଼ିତ ଏକ ସ୍ଥାନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
