ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ବାରିପଦାରେ ଗଡ଼ିଲା ସଚେତନତା ରଥ
ବାରିପଦା : ଚଳିତ ଜାନୁଆରୀ ମାସ ୧୧ରୁ ୧୭ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୟୁରଭଂଜ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀ ସବୁଜ ପତାକା ଦେଖାଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ରଥ ଓ ସାଇକେଲ ରାଲିକୁ ଉଦଘାଟନ କରିଥିଲେ । ଉକ୍ତ ରଥ ସହରର ବିଭିନ୍ନ ଅଂଚଳରେ ପରିକ୍ରମା କରି ଟ୍ରାଫିକ ସିଗନାଲ ଏବଂ ନିୟମ ବିଷୟରେ ସଚେତନ କରିବ ବୋଲି ଜଣାଯାଇଛି । ବିଶେଷ କରି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା ନକରିବା, ଦୁଇ ଚକିଆ ଯାନ ଚାଳନା ସମୟ ରେ ହେଲମେଟ ପିନ୍ଧିବା, ଚାରିଚକିଆ ଯାନ ଚଳାଇବା ସମୟରେ ସିଟବେଲ୍ଟ ବ୍ୟବହାର କରିବା, ନିଶାଶକ୍ତ ହୋଇ ଗାଡି ନଚଳେଇବା, ଡ୍ରାଇଭିଂ ଲାଇସେନ୍ସ ତଥା ଗାଡିର କାଗଜ ପତ୍ର ଉଚିତ ସମୟରେ ନବୀକରଣ କରିବା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକରେ ପରିଭ୍ରମଣ କରି ୨୪ ଗୋଟି ସ୍ୱଳ୍ପଅବଧି ଭିଡ଼ିଓ ଫିଲ୍ମ ଜରିଆରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କ ରେ ବାର୍ତା ପହଂଚାଇବ । ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷକ୍ଷନୁଷ୍ଠାନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ଆଂଚଳିକ ପରିବହନ ଅଧିକାରୀ ବିଶ୍ୱରାଜ ବେହେରା, ବାରିପଦା ଟାଉନ ପୋଲିସ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ପ୍ରମୁଖ ଙ୍କ ସମେତ ପରିବହନ ବିଭାଗର କର୍ମଚାରୀ, ପୋଲିସ କର୍ମଚାରୀ, ଓଡିଶା ମୋଟର କର୍ମଚାରୀ ସଙ୍ଘ ର କର୍ମକର୍ତା ମାନେ ଉପସ୍ଥିତ ରହି ବାଇ-ସାଇକେଲ ରାଲି ଓ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଙ୍କୁ ଉତ୍ସାହିତ କରିଥିଲେ ।
