ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ମକର ମହୋତ୍ସବ ଉଦଘାଟିତ
ବାରିପଦା : ବାରିପଦା ସହରର ୧୫ ନମ୍ବର ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସ୍ଥିତ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ୪୦ ତମ ମକର ମହୋତ୍ସବ ଉଦଘାଟିତ ହୋଇଯାଇଛି ଓ ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ତ୍ରିରଙ୍ଗା କ୍ଲବରୁ ବାହାରି ସ୍ଥାନୀୟ ଗ୍ରାମଦେବୀ ଓ ମା ଅମ୍ବିକାଙ୍କ ନିକଟରେ ପୂଜା ଅର୍ଚ୍ଚନା ପରେ ସହର ପରିକ୍ରମା କରିଥିଲା ଓ ପରେ ପରେ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ଖେଳ ପଡିଆରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉଭୟ ପୁରୁଷ ଓ ମହିଳା ବର୍ଗ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳାକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଆଜିର ଏହି ଉଦ୍ଘାଟନୀ ଉତ୍ସବରେ କ୍ରୀଡାବିତ ଗିରିଶ ଚନ୍ଦ୍ର ଦାସ, ଏମସିସି ବ୍ୟାଙ୍କର ସଭାପତି ସୁବ୍ରମନ୍ୟମ ମହାନ୍ତି, ୱାର୍ଡ କାଉନସିଲର ନିରୁପମା ମହାନ୍ତି, ସାହିତ୍ୟିକ ପଦ୍ମନାଭ ସାହୁ, ସମାଜସେବୀ କଳ୍ପନା ମହାନ୍ତ, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ ତିନି ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କ୍ଲବର ସଭାପତି ଆଲୋକ କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ ଓ ତତ ସହିତ କ୍ୟାରମ, ବେଡ଼ମିଂଟନ ଓ କବାଡି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ ଓ ଏହି ପ୍ରତିଯୋଗିତାରେ ବାରିପଦା ସହର ତଥା ଗ୍ରାମାଂଚଳରୁ ମଧ୍ୟ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ଓ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ଶେଷ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ ବୋଲି ଉପସଭାପତି ରବି ନାରାୟଣ ମହାନ୍ତି ଜଣାଇଛନ୍ତି I
